ETV Bharat / state

ଯଦୁପୁରକୁ ବିଜେପି ଗସ୍ତକୁ ନେଇ ଗ୍ରାମବାସୀଙ୍କ କ୍ଷୋଭ ପ୍ରକାଶ - ପରୀ ହତ୍ୟାକାଣ୍ଡ

ପରୀର ପରିବାର ସହ ଆଲୋଚନା କଲା ବିଜେପି। ଭାରତୀୟ ଜନତା ପାର୍ଟିର ଏକ ସ୍ବତନ୍ତ୍ର ଦଳ ନୟାଗଡ଼ ଯଦୁପୁର ଗସ୍ତ କରିଥିଲା। ଏହି ସ୍ବତନ୍ତ୍ର ଦଳର ଗସ୍ତ ପରେ ଯଦୁପୁର ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଅଧିକ ପଢ଼ନ୍ତୁ...

ଯଦୁପୁରକୁ ବିଜେପିର ଗସ୍ତକୁ ନେଇ ଗ୍ରାମବାସୀଙ୍କ କ୍ଷୋଭ ପ୍ରକାଶ

author img

By

Published : Nov 30, 2020, 10:53 PM IST

ନୟାଗଡ଼: ପରୀର ପରିବାର ସହ ଆଲୋଚନା କଲା ବିଜେପି। ଭାରତୀୟ ଜନତା ପାର୍ଟିର ଏକ ସ୍ବତନ୍ତ୍ର ଦଳ ନୟାଗଡ଼ ଯଦୁପୁର ଗସ୍ତ କରିଥିଲା। ଏଥିରେ ବିଜେପିର 6 ଜଣ ବିଧାୟକ ବିଧାୟିକା ସାମିଲ ଥିଲେ l ଏହି ଟିମ ପରୀର ବାପା ଓ ମାଆଙ୍କ ସହ ଆଲୋଚନା କରିବା ସହ ପରୀକୁ ନ୍ୟାୟ ଦେବା ପାଇଁ ସବୁକିଛି କରିବାକୁ ପ୍ରତିଶୃତି ଦେଇଥିଲେ। ତେବେ ଏହି ବିଜେପିର ଏହି ସ୍ବତନ୍ତ୍ର ଦଳର ଗସ୍ତ ପରେ ଯଦୁପୁର ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

ଯଦୁପୁରକୁ ବିଜେପିର ଗସ୍ତକୁ ନେଇ ଗ୍ରାମବାସୀଙ୍କ କ୍ଷୋଭ ପ୍ରକାଶ

ବିଜେପିର ଏହି ସ୍ବତନ୍ତ୍ର ଦଳ ଯଦୁପୁର ଗ୍ରାମବାସୀଙ୍କୁ ଭେଟି ନାହାନ୍ତି। ବିଜେପି ପକ୍ଷରୁ କେହି ଗ୍ରାମବାସିଙ୍କ ସହ କୌଣସି ଆଲୋଚନା କରି ନାହାନ୍ତି। ଫଳରେ ଗ୍ରାମବାସୀଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମର ସଭାପତି ଏବଂ ଉପସଭାପତି ଦିନ 10 ଟାରୁ ବିଜେପିର ସ୍ବତନ୍ତ୍ର ଦଳ ସହ ଆଲୋଚନା କରିବା ପାଇଁ ଅପେକ୍ଷା କରିଥିଲେ l ତେବେ ବିଜେପି ସେମାନଙ୍କ ସହ ଦେଖା ହୋଇନଥିଲା। ଏହାକୁ ନେଇ ବିଜେପି କେବଳ ରାଜନୀତି କରିବାକୁ ଆସିଥିଲା ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ପରୀ ହତ୍ୟାକାଣ୍ଡକୁ ନେଇ ବିଜେପିର ସ୍ବତନ୍ତ୍ର ଦଳ ସହ ଆଲୋଚନା କରି କିଛି କହିବାକୁ ଯୋଜନା ରଖିଥିଲେ ଗ୍ରାମବାସୀ। ତେବେ ଏହା ସମ୍ଭବ ହେଲାନାହିଁ। ବିଜେପି କେବଳ ରୋଡ ଶୋ' କରି ପରୀ ହତ୍ୟାକାଣ୍ଡକୁ ନେଇ ରାଜନୀତି କରୁଥିବା ଅଭିଯୋଗ ହୋଇଛି। ସରକାରଙ୍କ କେଉଁ ନିୟମ ଅନୁଯାୟୀ ବିଜେପି ଏଠାକୁ ରୋଡ ଶୋ କରିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.