ETV Bharat / state

ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ 2 ପ୍ରାଣୀ ଚିକିତ୍ସକ

author img

By

Published : Jan 29, 2021, 9:34 AM IST

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭାପୁର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରିଣୀ (BVO) ମମତା ହେମ୍ରମ । ଜଣେ ଛେଳି ଚାଷୀଙ୍କ ସବସିଡ଼ି ଟଙ୍କା କରାଇ ଦେବା ପାଇଁ ଅଫିସ ପକ୍ଷରୁ ତାଙ୍କୁ 15 ହଜାର ଟଙ୍କା ନେବା ବେଳେ ଧରାପଡିଥିବା ଜଣାପଡିଛି ।

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ 2 ପ୍ରାଣୀ ଚିକିତ୍ସା କର୍ମଚାରୀ

ନୟାଗଡ଼: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭାପୁର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରିଣୀ (BVO) ମମତା ହେମ୍ରମ । ଭାପୁର ବ୍ଲକ ଢିପମାଳର ପ୍ରହଲ୍ଲାଦ ନାୟକ ନାମକ ଜଣେ ଛେଳି ଚାଷୀଙ୍କ ସବସିଡ଼ି ଟଙ୍କା କରାଇ ଦେବା ପାଇଁ ଅଫିସ ପକ୍ଷରୁ ତାଙ୍କୁ 15 ହଜାର ଟଙ୍କା ଦାବି କରା ଯାଉଥିଲା । ତେବେ ଏନେଇ ପ୍ରହଲ୍ଲାଦ ନୟାଗଡ଼ ଭିଜିଲାନ୍ସକୁ ଖବର ଦେଇଥିଲେ ।

ଗୁରୁବାର ପୂର୍ବ ଯୋଜନା ମୁତାବକ ପ୍ରହଲ୍ଲାଦ ଟଙ୍କା ଦେବା ବେଳେ ଭିଜିଲାନ୍ସ ଅଧିକାରୀ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଅଫିସର ଜଣେ ପିଅନଙ୍କୁ ଗିରଫ କରିଛନ୍ତି । ଏହାସହ ତାଙ୍କ ଠାରୁ ଟଙ୍କା ଜବତ କରିଥିବା ନେଇ ନୟାଗଡ଼ ଭିଜିଲାନ୍ସ ଡିଏସପି କହିଛନ୍ତି ।

ସେପଟେ ଏହାକୁ ଖଣ୍ଡନ କରିଛନ୍ତି ପ୍ରାଣୀ ଚିକିତ୍ସା ଅଧିକାରିଣୀ l ସେ କହିଛନ୍ତି ଉକ୍ତ ଚାଷୀଙ୍କ ଠାରୁ ଟଙ୍କା ମାଗିବା ପାଇଁ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ବାରମ୍ବାର ତାଙ୍କୁ ଚାପ ପକାଉଥିଲେ । କିନ୍ତୁ ସେ ଏହାକୁ ବାରଣ କରୁଥିବାବେଳେ ଆଜି ସେ ଟଙ୍କା ନେଇ ନଥିବା କହିଛନ୍ତି ଗିରଫ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.