ETV Bharat / state

Vigilance Trap: ବନ୍ଧା ହେଲେ କୁବେର ଅତିରିକ୍ତ ଯୋଗାଣ ଅଧିକାରୀ, ଦେଢ଼ କୋଟିର ସମ୍ପତ୍ତି ଠାବ - jayanta kumar in vigilance scanner

ନୟାଗଡ ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରି ଅଚଳାଅଚଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ ଟିମ୍ । ଅଧିକ ପଢନ୍ତୁ

ଗିରଫ ହେଲେ କୁବେର ASO ,  ଦେଢ଼ କୋଟିର ସମ୍ପତ୍ତି ଠାବ କଲା ଭିଜିଲାନ୍ସ ଟିମ୍

author img

By

Published : Dec 6, 2021, 1:17 PM IST

Updated : Dec 6, 2021, 2:25 PM IST

ନୟାଗଡ଼: ବନ୍ଧା ହେଲେ ନୟାଗଡ ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ (Nayagarh assistant civil supply officer Jayanta das) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ଟିମ୍ । ଶନିବାର ଭିଜିଲାନ୍ସ ବିଭାଗ 5ଟି ସ୍ଥାନରେ ଚଢ଼ାଉ କରି ଅଢେଇ କୋଟିରୁ ଊର୍ଦ୍ଧ୍ବ ଅଚଳାଚଳ ସମ୍ପତ୍ତି ଠାବ କରିଥିଲା । ଚଢ଼ାଉ ସମୟରେ ଭିଜିଲାନ୍ସ 2 ଲକ୍ଷ 74 ହଜାର 75 ନଗଦ ଟଙ୍କା, ଗୋଟିଏ କାର , 3ଟି ବାଇକ, 4 ଲକ୍ଷ 92 ହଜାର ଟଙ୍କାର ସୁନା ଅଳଙ୍କାର ଜବତ କରିଥିଲା । ଏଥିସହ 9 ଲକ୍ଷ 30 ହଜାର ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟ 8 ଲକ୍ଷ 64 ହଜାର ଟଙ୍କାର ବୀମା, ଓଡଗାଁରେ 2ଟି ଦୁଇ ମହଲା କୋଠା, ନୟାଗଡ଼ରେ 4 ମହଲା କୋଠା ସହ ନୟାଗଡ଼ରେ 8ଟି ପ୍ଲଟ ଏବଂ ଭୁବନେଶ୍ୱରରେ ଗୋଟିଏ ପ୍ଲଟ ରହିଥିବା ଜାଣିବାକୁ ପାଇଥିଲା ପୋଲିସ ।

Vigilance Trap: ବନ୍ଧା ହେଲେ କୁବେର ଅତିରିକ୍ତ ଯୋଗାଣ ଅଧିକାରୀ, ଦେଢ଼ କୋଟିର ସମ୍ପତ୍ତି ଠାବ

ତେବେ ମୋଟ 1 କୋଟି 60 ଲକ୍ଷ 16 ହଜାର 216 ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବା ଭିଜିଲାନ୍ସ ତରଫରୁ ସୂଚନା ମିଳିଛି । ଯୋଗାଣ ଅଧିକାରୀ ଜଣଙ୍କ ଦୀର୍ଘ ଦିନ ଧରି ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ବହୁ ବେନାମୀ ସମ୍ପତ୍ତିର ଅଧିକାରୀ ହୋଇଥିବା ଅଭିଯୋଗ ଥିଲା । ବିଶେଷକରି ଜିଲ୍ଲାର ସମସ୍ତ ରାଇସ ମିଲରଙ୍କ ସହ ତାଙ୍କର ଘନିଷ୍ଠତା ଥିବା ନେଇ ଅଭିଯୋଗ ହେଉଥିଲା ।

ନିମ୍ନ ମାନର ଚାଉଳ ଓ ଗହମ ଯୋଗାଣ ସହ ସରକାର ଅର୍ଥ ହଡପ କରିବା, ବିଶେଷ କରି ରାଇସ ମିଲରଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରିବା ଓ ଯୋଗାଣ ବିଭାଗର ଟେଣ୍ଡର ଫିକ୍ସିଂ କରିବା ଭଳି ବହୁ ଅଭିଯୋଗ ହୋଇଥିଲା । ଏହି ସବୁ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଚଢାଉ କରି ଭିଜିଲାନ୍ସ ଟିମ୍ ଜୟନ୍ତଙ୍କୁ ଗିରଫ କରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 6, 2021, 2:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.