ETV Bharat / state

ନୟାଗଡରେ ଛତିଶଗଡ ବସ ଦୁର୍ଘଟଣାଗ୍ରସ୍ତ, 24 ଆହତ

author img

By

Published : Mar 11, 2020, 11:08 AM IST

Updated : Mar 11, 2020, 12:11 PM IST

ନୟାଗଡ ନୂଆଗାଁ ଥାନା ଡିମିରିଝରି ସ୍କୁଲ ନିକଟରେ ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ । ସମସ୍ତ ଯାତ୍ରୀ ଛତିଶଗଡର ହୋଇଥିବାବେଳେ 24 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

accident
ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ

ନୟାଗଡ: ପର୍ଯ୍ୟଟକ ବସ ଓଲଟି 24 ଜଣ ଆହତ । ସମସ୍ତ ଯାତ୍ରୀ ଛତିଶଗଡର ହୋଇଥିବାବେଳେ ନୟାଗଡ ନୂଆଗାଁ ଥାନା ଡିମିରିଝରି ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ରାତି 11ଟାରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି ।

ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ

ସମସ୍ତ ଆହତଙ୍କ ମଧ୍ୟରୁ 5ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରିଛନ୍ତି । 19 ଜଣ ଯାତ୍ରୀଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ସୂଚନା ଅନୁସାରେ, ଗତ ମାର୍ଚ୍ଚ 5 ତାରିଖରେ ଛତିଶଗଡରୁ ନିମଗଡ ଥାନା ଅଞ୍ଚଳର 45 ଜଣ ଯାତ୍ରୀ ବୁଲିବା ପାଇଁ ବାହାରିଥିଲେ । ମଙ୍ଗଳବାର ହୋଲି ଅବସରରେ ଜଗନ୍ନାଥ ଦର୍ଶନ କରି ନୃସିଂହନାଥ ଦର୍ଶନ ପାଇଁ ଯାଉଥିଲେ । ମାତ୍ର ରାତି ପ୍ରାୟ 11ଟା ସମୟରେ ଡ୍ରାଇଭରର ଅସାବଧାନତା ଯୋଗୁଁ ଡିମିରିଝରି ସ୍କୁଲ ନିକଟରେ ହମ୍ପ୍ସରେ ମାଡ ହୋଇଥିଲା । ଯାହାପରେ ବସଟି ଓଲଟି ପଡିଥିଲା ।

ସ୍ଥାନୀୟ ଲୋକ, ଦମକଳ ବାହୀନି ଓ ପୋଲିସର ମିଳିତ ସହାୟତାରେ ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Last Updated : Mar 11, 2020, 12:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.