ETV Bharat / state

ଗୁଣିଗାରେଡି ସନ୍ଦେହରେ ବିଷ୍ଠା ଖୁଆଇବା ଘଟଣା, ପୋଲିସର ତଦନ୍ତ ଜାରି

author img

By

Published : Oct 24, 2021, 12:47 PM IST

ନୟାଗଡରେ ଗୁଣିଗାରେଡି ସନ୍ଦେହରେ କଙ୍ଗାରୁ କୋର୍ଟ ବସାଇ ୪ ଜଣଙ୍କୁ ବିଦ୍ୟୁତ ଖୁଣ୍ଡରେ ବାନ୍ଧି ବିଷ୍ଠା ଖୁଆଇବା ଘଟଣାର ତଦନ୍ତ ଆରମ୍ଭ କଲା ପୋଲିସ । ଗାଁରେ ରେଡ୍ କରି ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ଗୁଣିଗାରେଡି ସନ୍ଦେହରେ ମଣିଷ ମଳ ଖୁଆଇବା ଘଟଣା, ପୋଲିସର ତଦନ୍ତ ଜାରି

ନୟାଗଡ: ଜିଲ୍ଲାରେ ଗୁଣିଗାରେଡି ସନ୍ଦେହରେ କଙ୍ଗାରୁ କୋର୍ଟ ବସାଇ ୪ ଜଣଙ୍କୁ ବିଦ୍ୟୁତ ଖୁଣ୍ଡରେ ବାନ୍ଧି ବିଷ୍ଠା ଖୁଆଇବା ସହ ନିର୍ଯାତନା ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରିଥିବା ବାଣିଗୋଚ୍ଛା ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇ କହିଛନ୍ତି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଅଧୀନସ୍ଥ ଚଡେୟାପଲ୍ଲୀ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଏକ ଚକିତ କରିଦେବା ଭଳି ଘଟଣା ଘଟିଥିଲା । ୪ ଜଣ ବ୍ୟକ୍ତିଙ୍କୁ ଏପରି ଦଣ୍ଡ ଦିଆଯାଇ ଥିଲା ଯେ, ସେମାନେ ଗାଁକୁ ମଧ୍ୟ ଫେରିବାକୁ ଭୟ କରୁଛନ୍ତି । ୪ ଦିନ ହେବ ସେମାନେ ଜଙ୍ଗଲରେ ଅଜ୍ଞାତବାସରେ ରହୁଛନ୍ତି ।

ସୂଚନା ଅନୁଯାୟୀ ଗୁଣିଗାରେଡି ସନ୍ଦେହରେ ଗାଁର ୪ ଜଣ ବ୍ୟକ୍ତିଙ୍କୁ ମଣିଷ ମଳ ଖୁଆଇବା ସହ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଏଥିସହ ଏପରି ଅକଥନୀୟ ଯନ୍ତ୍ରଣା ଦେବା ସମୟରେ କେହି ଯେପରି ଭିଡିଓ ଉତ୍ତୋଳନ କରିନପାରିବେ ସେଥିପାଇଁ ବିଦ୍ୟୁତ୍ ସଂଯୋଗ କାଟି ଦେଇଥିଲେ । ଏପରିକି ଗାଁ ମଧ୍ୟକୁ ଅନ୍ୟ ଲୋକଙ୍କ ପ୍ରବେଶକୁ ମଧ୍ୟ ବାରଣ କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.