ETV Bharat / state

ପରୀ ହତ୍ୟାକାଣ୍ଡ ଘଟଣା: ଜଣକୁ ଗିରଫ କଲା SIT

ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଦୋଷୀଙ୍କୁ SIT ଖୁବଶୀଘ୍ର ଗିରଫ କରିବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ରବିବାର ଜଣକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

SIT arrested one person in Pari murder case
ପରୀ ହତ୍ୟାକାଣ୍ଡ ଘଟଣା: ଜଣକୁ ଗିରଫ କଲା SIT
author img

By

Published : Dec 20, 2020, 6:27 PM IST

Updated : Dec 20, 2020, 8:06 PM IST

ନୟାଗଡ଼: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ଜଣକୁ ଗିରଫ କଲା ଏସଆଇଟି ଟିମ । ଆଜି ପରୀ ହତ୍ୟାକାରୀ ଗିରଫ କରିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସନ୍ଧ୍ୟାରେ ଜଣକୁ ଗରିଫ କରିଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ । ସେପଟେ ଗିରଫ ବ୍ୟକ୍ତିଙ୍କ ବିଷୟରେ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଏବେ ମଧ୍ୟ ଘଟଣାର ତଦନ୍ତ ଜାରି ରହିଥିବା SIT ପକ୍ଷରୁ ସୂଚନା ମିଳିଛି । ଗିରଫ ବ୍ୟକ୍ତି ସୋମବାର ନୟାଗଡର ପୋକ୍ସ କୋର୍ଟକୁ ଚାଲାଣ କରାଯିବ ।

ଶନିବାର ଏସଆଇଟି ଟିମ ଜଣକୁ ଉଠାଇ ନେଇ 2 ଦିନ ହେଲା ନିଜ ହେପାଜତରେ ରଖିଛି । ତାକୁ ମାରାଥନ ଜେରା ଚାଲିଛି l ଶନିବାର ସକାଳୁ ନୟାଗଡ ଯଦୁପୁରରୁ ଉକ୍ତ ବ୍ୟକ୍ତି ଓ ତାଙ୍କ ମା' ଭଉଣୀଙ୍କୁ ଏସଆଇଟି ଉଠାଇ ନେଇଥିଲା । ସେମାନଙ୍କୁ ନୟାଗଡ ସର୍କିଟ ହାଉସରୁ ଭୁବନେଶ୍ବର ନେଇଥିଲା SIT । ତେବେ ଶନିବାର ବିଳମ୍ବିତ ରାତିରେ ତା ମା' ଓ ଭଉଣୀଙ୍କୁ ଛାଡ଼ିଥିବା ବେଳେ ତାକୁ ଅଟକ ରଖିଛି ପୋଲିସ । ଆଜି ଗିରଫ ହୋଇଥିବା ବ୍ଯକ୍ତି ସେ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।

ଏସଆଇଟି ଟିମ ଉଠାଇ ନେଇଥିବା ବ୍ୟକ୍ତିଙ୍କ ସମେତ ତା ମା' ଓ ଭଉଣୀଙ୍କର ପଲିଗ୍ରାଫ ଟେଷ୍ଟ ସହ ଡିଏନଏ ସାମ୍ପଲିଂ କରାଯାଇଥିବାର ସୂଚନା ମିଳିଛି । ଭୁବନେଶ୍ବରର ଫରେନ୍ସିକ୍ ଲ୍ୟାବରେ ପାଖାପାଖି 8 ରୁ 12 ଘଣ୍ଟାର ଜେରା ପରେ ଏକ ଅଜଣା ସ୍ଥାନକୁ ନେଇ ପଚରାଉଚରା କରୁଥିଲା । ପରୀ ଘଟଣାରେ ତାଙ୍କୁ ଫସାଇ ଦିଆଯାଉଥିବା କଥା ଉକ୍ତ ବ୍ୟକ୍ତି ଜଣକ ଅଭିଯୋଗ ଆଣିଥିଲେ l

ତେବେ ପୂର୍ବରୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ସେ ସଂଗୀନ ଅଭିଯୋଗ ଆଣିଥିଲେ । ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ 5 ଲକ୍ଷ ଟଙ୍କା ଯାଚିଥିବା ସେ କହିଥିଲେ । ସେ ନିର୍ଦ୍ଦୋଷ ଏବଂ କିଛି ଜାଣିନାହାନ୍ତି ବୋଲି କହିବା ସହିତ ତାଙ୍କ ପରିବାରର କିଛି ହେଲେ ଅରୁଣ ବୋଥ୍ରା ଦାୟୀ ରହିବେ ବୋଲି ସେ କହିଥିଲେ । ଜୁଲାଇ 14 ତାରିଖରୁ ପରୀ ନିଖୋଜ ଥିବା ବେଳେ 23 ତାରିଖରେ ପରୀର କଙ୍କାଳ ଜବତ ହୋଇଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 20, 2020, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.