ETV Bharat / state

ଇଣ୍ଡିଆ ବୁକ୍‌ ଅଫ ରେକର୍ଡ କରି ଚର୍ଚ୍ଚାରେ ୩ ବର୍ଷର ଶିଶୁ ଆଭାସ

author img

By

Published : May 13, 2022, 7:11 AM IST

ନୟାଗଡ଼ ଜିଲ୍ଲା ଲାଠିପଡ଼ାର 3 ବର୍ଷ ବୟସର ଶିଶୁ ଆଭାସ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ସୃଷ୍ଟି କରି ଚର୍ଚ୍ଚାରେ । ଅଧିକ ପଢନ୍ତୁ

ଇଣ୍ଡିଆ ବୁକ ଅଫ ରେକର୍ଡ କରି ଚର୍ଚ୍ଚାରେ ୩ ବର୍ଷର ଶିଶୁ ଆଭାସ

ନୟାଗଡ଼: ମାତ୍ର ୩ ବର୍ଷ ବୟସରେ ସଫଳତାର ସ୍ବାଦ ଚାଖିଛି ଜିଲ୍ଲାର ଲାଠିପଡାର ଶିଶୁ ଆଭାସ । ଏତେ କମ ବୟସରେ ଏହି ପ୍ରତିଭାବାନ ଶିଶୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ-୨୦୨୨ରେ ନିଜ ସ୍ଥାନ ପକ୍କା କରିଛନ୍ତି । ଆଭାସ ପାଠପଢା ସହିତ ଅନ୍ୟାନ୍ୟ ପଶୁ, ପକ୍ଷୀ, ରଙ୍ଗ ଆଦିର ନାମକୁ ଅନର୍ଗଳ କହିବା ପରେ ସେ ରେକର୍ଡ ସୃଷ୍ଟି କରିଥିବା ଜଣାପଡ଼ିଛି । ଆଭାସ ହେଉଛନ୍ତି ଲାଠିପଡା ଗାଁର ମଧୁସ୍ମିତା ସାହୁ ଓ ପ୍ରଭାସ କୁମାର ସାହୁଙ୍କ ପୁତ୍ର ।

୫ଟି ଇଂରାଜୀ ଶବ୍ଦ, ୫ଟି ହିନ୍ଦୀ ରାଇମ୍, ଇଂରାଜୀ ବର୍ଣ୍ଣମାଳା ଏବଂ ସଂପୃକ୍ତ ଶବ୍ଦଗୁଡିକ ୪ ଋତୁ, ବର୍ଷର ୧୨ ମାସ, ୮ ଗ୍ରହ, ୧୩ ପ୍ରାଣୀ, ୧୦ ପକ୍ଷୀ, ୧୪ ଟି ପଶୁ, ୧୧ ପ୍ରକାର ରଙ୍ଗ, ୧୦ଟି ଫଳ, ୧୦ ପନି ପରିବା ନାମ, ୧୦ ବିପରିତ ଶବ୍ଦ, ୧୦ଟି ଯାନ, ଶରୀରର ୧୬ଟି ଅଂଶ, ୫ ଇନ୍ଦ୍ରିୟ ଅଙ୍ଗ ସବୁକୁ ନିର୍ଭୁଲ ଭାବେ କହିବା ଓ ୧୧ ଜାତୀୟ ପ୍ରତୀକ ନାମ ଏବଂ ୧ ରୁ ୧୦୦ ପର୍ଯ୍ୟନ୍ତ ଗଣନା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏହି ରେକର୍ଡ ମିଳିବା ପରେ ଆଭାସଙ୍କୁ ମିଳିଛି ପ୍ରଶଂସାର ସୁଅ । ଆଭାସଙ୍କୁ ନେଇ ଖୁବ ଚର୍ଚ୍ଚା ଧରିଛି । କୁନି ପୁଅଙ୍କ ଏତେ ବଡ଼ ସଫଳତା ଅନ୍ୟ ମାନଙ୍କ ପାଇଁ ଉଦାହରଣ ନିଶ୍ଚୟ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.