ETV Bharat / state

ପୁଣି ନୟାଗଡ ଶିଶୁ ନିଖୋଜ ଘଟଣା: ପରିବାରକୁ ଭେଟିଲେ ବିଜେପି-ବିଜେଡ଼ି - ବଧିପାଟଣା ଗ୍ରାମର ସଞ୍ଜୟ କୁମାର ସାହୁ ଏବଂ ସବିତା ସାହୁ

ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ବଧିପାଟଣା ଗାଁର ୩ ବର୍ଷୀୟ ଶିଶୁ କନ୍ୟା ହରପ୍ରିୟା ସାହୁ (ସ୍ଵାତି ) ନିଖୋଜ ହେବା ଘଟଣାରେ ବିଜେପି ଏବଂ ବିଜେଡ଼ି ପରିବାରକୁ ଭେଟିଛିନ୍ତି l ଅଧିକ ପଢନ୍ତୁ...

3 ବର୍ଷର ଶିଶୁ କନ୍ୟା ନିଖୋଜ ଘଟଣା : ସ୍ଵାତି ପରିବାରକୁ ଭେଟିଲା ବିଜେପି ଓ ବିଜେଡ଼ି

author img

By

Published : Dec 12, 2020, 11:00 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ବଧିପାଟଣା ଗାଁର ସଞ୍ଜୟ କୁମାର ସାହୁ ଏବଂ ସବିତା ସାହୁଙ୍କ ୩ ବର୍ଷୀୟ ଶିଶୁକନ୍ୟା ହରପ୍ରିୟା ସାହୁ (ସ୍ଵାତି ) ନିଖୋଜ ହେବା ଘଟଣାରେ ବିଜେପି ଏବଂ ବିଜେଡ଼ି ପରିବାରକୁ ଭେଟିଛିନ୍ତି l ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ସନ୍ଧ୍ୟାରେ ପରିବାରକୁ ଭେଟି ଘଟଣା ବିଷୟରେ ବୁଝିଥିଲେ l ସେହିପରି ବିଜେପିର ପୂର୍ବତନ ରଣପୁର ବିଧାୟିକା ତଥା ମନ୍ତ୍ରୀ ସୁରମା ପାଢ଼ୀ ପରିବାରକୁ ଭେଟି ନିଖୋଜ ବିଷୟରେ ଆଲୋଚନା କରିଥିଲେ l ସ୍ଵାତିକୁ ନ୍ୟାୟ ଦେବା ପାଇଁ ଲଢେଇ କରିବେ ବୋଲି ସୁରମା କହିଥିଲେ l

3 ବର୍ଷର ଶିଶୁ କନ୍ୟା ନିଖୋଜ ଘଟଣା : ସ୍ଵାତି ପରିବାରକୁ ଭେଟିଲା ବିଜେପି ଓ ବିଜେଡ଼ି

ସୂଚନାଯୋଗ୍ୟ ଯେ, ଗତ କାଲି ଅପରାହ୍ନ 3 ଟାରେ ଶିଶୁଟି ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲା l ବହୁ ଖୋଜାଖୋଜି କଲା ପରେ ବିଫଳ ହେବାରୁ ଏ ନେଇ ପରିବାର ପକ୍ଷରୁ ରାଜସୁନାଖଳା ଫାଣ୍ଡିରେ ଝିଅ ନିଖୋଜ ଥିବା ନେଇ ଏକ ଅଭିଯୋଗ କରାଯାଇଛି l କୁନି ଝିଅ ନିଖୋଜ ହେବାକୁ ନେଇ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେବା ସହ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି l ତେଵେ ରାଜସୁନାଖଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି l ବର୍ତ୍ତମାନ ମଧ୍ୟ ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରୁଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.