ETV Bharat / state

ରଣପୁର ଥାନା ପୋଲିସକୁ ସଫଳତା, 3 କୁଖ୍ୟାତ ଡକାୟତ ଗିରଫ

author img

By

Published : Nov 21, 2022, 12:50 PM IST

ନୟାଗଡ଼ ଜିଲ୍ଲା ରଣପୁର ଥାନା ପୋଲିସକୁ ସଫଳତା । କୋଟଗଡ଼ ଘାଟିରୁ 3 ଜଣ ପେଶାଦାର ଅପରାଧୀଙ୍କୁ ଗିରଫ କରିଛି ପୋଲିସ l ଅଧିକ ପଢନ୍ତୁ

ରଣପୁର ଥାନା ପୋଲିସକୁ ସଫଳତା
ରଣପୁର ଥାନା ପୋଲିସକୁ ସଫଳତା

ନୟାଗଡ଼: ଡକାୟତି ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ l ଯୋଜନା ପଣ୍ଡ କଲା ରଣପୁର ପୋଲିସ l ନୟାଗଡ଼ ଜିଲ୍ଲା ରଣପୁର ଥାନା ପୋଲିସକୁ ମିଳିଛି ସଫଳତା । ରଣପୁର ଥାନା କୋଟଗଡ଼ ଘାଟିରୁ 3 ଜଣ ପେଶାଦାର ଅପରାଧୀଙ୍କୁ ପୋଲିସ ଗିରଫ କରିଛି ।

ରଣପୁର ଥାନା ପୋଲିସକୁ ସଫଳତା

କୌଣସି ଏକ ଅପରାଧିକ କାମ କରିବା ପାଇଁ ଯୋଜନା କରୁଥିବା ବେଳେ ଗତକାଲି(ରବିବାର) 3ଜଣକୁ ଗିରଫ କରିଛି ରଣପୁର ପୋଲିସ । ସେମାନଙ୍କ ଠାରୁ 3ଟି ବାଇକ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ମୁନା ରଥ, ରାହୁଲ ସ୍ୱାଇଁ ଏବଂ ସିଲୁ ନାୟକ । ସମସ୍ତେ ରଣପୁର ଅଞ୍ଚଳର ହୋଇଥିବା ବେଳେ ଏମାନଙ୍କ ନାମରେ 30ରୁ ଊର୍ଦ୍ଧ୍ବ ମାମଲା ରହିଥିବା ରଣପୁର ପୋଲିସ ପକ୍ଷରୁ ସୂଚନା ମିଳିଛି l

ଏହା ମଧ୍ୟ ପଢନ୍ତୁ: Gujarat Assembly polls: ଆଜି ୩ଟି ସଭାକୁ ସମ୍ବୋଧନ କରିବେ ମୋଦି

କୋଟଗଡ଼ ଘାଟିରେ ଅନେକ ଚୋରି, ଡକାୟତି ଭଳି ଘଟଣା ଘଟିଛି । ଏକ ନିଛାଟିଆ ରାସ୍ତାରେ ଚୋରି ଡକାୟତି କରିବାକୁ ଅପରାଧୀଙ୍କୁ ସୁବିଧା ହୋଇଥାଏ l ପୁଣି ଏକ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଏହି 3 ଅପରାଧୀଙ୍କୁ ରଣପୁର ପୋଲିସ ଗିରଫ କରିଛି l ଏମାନେ ପେଶାଦାର ଅପରାଧୀ ବୋଲି ଜଣାପଡ଼ିଛି l

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.