ETV Bharat / state

ମୂଲ୍ୟବାନ ଚୋରା କାଠ ସହ ଗାଡି ଜବତ

author img

By

Published : Oct 14, 2020, 1:28 PM IST

ନୟାଗଡ ଜିଲ୍ଲାରୁ ମୂଲ୍ୟବାନ ଚୋରା କାଠ ଜବତ ହୋଇଛି । ବନ ବିଭାଗ ଚଢଉ କରି ପ୍ରାୟ 60 ହଜାର ଟଙ୍କାର ଚୋରା କାଠ ଜବତ କରିଛି । ଅଧିକ ପଢନ୍ତୁ...

ମୂଲ୍ୟବାନ ଚୋରା କାଠ ସହ ଗାଡି ଜବତ
ମୂଲ୍ୟବାନ ଚୋରା କାଠ ସହ ଗାଡି ଜବତ

ନୟାଗଡ: ଜିଲ୍ଲା ବନଖଣ୍ଡ ଅଧିନସ୍ଥ ଓଡଗାଁ ବନ ବିଭାଗକୁ ମିଳିଛି ପୁଣି ଏକ ବଡ ସଫଳତା । ଏହି ବନାଞ୍ଚଳ ନିକଟରୁ ମଙ୍ଗଳବାର ରାତି 8ଟା ସମୟରେ ବନ ବିଭାଗ ଏକ ଟାଟା ଏସି ଗାଡିରୁ ବହୁଳ ପରିମାଣର ଚୋରା କାଠ ଜବତ କରିଛି ।

ସୂଚନା ଅନୁଯାୟୀ ମୂଲ୍ୟବାନ ଚୋରା କାଠ ଚାଲାଣ ହେଉଥିବା ଖବର ପାଇ ବନପାଳ ଜ୍ୟୋତି ରଞ୍ଜନ ମାନସିଂଙ୍କ ନେତୃତ୍ବରେ ବନରଖି ଅଶୋକ ମୁଦୁଲି, ମାନବ ମେହେର, ସନ୍ତୋଷ ପରିଡା ଓ ପ୍ରୋଟେକସନ ସ୍କ୍ବାର୍ଡ ମଦନ ଗାଡିଆ ରାସ୍ତାରେ ଯାଉଥିବା ଟାଟାଏସି ଗାଡ଼ିକୁ ପିଛା କରିଥିଲେ । ବନ କର୍ମଚାରୀମାନଙ୍କୁ ଦେଖି ଗାଡି ଡ୍ରାଇଭର ମଦନଗାଡିଆ ଗ୍ରାମ ନିକଟରେ ଗାଡି ଛାଡି ଫେରାର୍ ହୋଇ ଯାଇଥିଲେ ।

ବନକର୍ମଚାରୀ ସେହି ସ୍ଥାନରେ ପହଞ୍ଚି ଗାଡିକୁ ଜବତ କରିବା ସହ ସେଥିରେ ଥିବା 40 ଖଣ୍ଡରୁ ଊର୍ଦ୍ଧ୍ବ ଶାଳ ଓ ଶାଗୁଆନ କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 60 ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ଅମ୍ରିତ ସାହୁ କହିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.