ETV Bharat / state

ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ, ଆନ୍ଦୋଳନରେ ସାମିଲ ହୋଇଥିଲେ ଆବାଳବୃଦ୍ଧବନିତା - କଣ୍ଡୁରୀ ପରିଡା

ଆଜିର ସକାଳ କିଛି ନିଆରା । ପ୍ରାତଃର ସୁଲୁସୁଲିଆ ପବନରେ ବାରି ହୋଇପଡୁଛି ସ୍ବାଧୀନତାର ବାସ୍ନା । କାରଣ ଆଜି ଦେଶ ପାଳୁଛି ସ୍ବାଧୀନତାର 75ତମ ଦିବସ । ସ୍ବାଧୀନତାର ସ୍ବାଦ ଚଖାଇବା ପାଇଁ ଅନେକ ସଂଗ୍ରାମୀ ନିଜ ଜୀବନକୁ କରିଛନ୍ତି ତ୍ୟାଗ । ଆଜି ହେଉଛି ସେହି ପବିତ୍ର ଆତ୍ମାଙ୍କୁ ସ୍ମରଣ କରିବାର ଦିନଟିଏ । ତେବେ ଏହି ପବିତ୍ର ଦିବସ ଅବସରରେ ଜାଣନ୍ତୁ ନୟାଗଡ଼ର ସ୍ବାଧୀନତା ସଂଗ୍ରାମୀ ଗାଁ 'ଥୁଆବାରୀ' ସମ୍ବନ୍ଧରେ....

ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ, ଆନ୍ଦୋଳନରେ ସାମିଲ ହୋଇଥିଲେ ଆବାଳବୃଦ୍ଧବନିତା

author img

By

Published : Aug 15, 2021, 12:07 AM IST

Updated : Aug 15, 2021, 10:12 AM IST

ନୟାଗଡ଼: ଆଜିର ସକାଳ କିଛି ନିଆରା । ପ୍ରାତଃର ସୁଲୁସୁଲିଆ ପବନରେ ବାରି ହୋଇପଡୁଛି ସ୍ବାଧୀନତାର ବାସ୍ନା । କାରଣ ଆଜି ଦେଶ ପାଳୁଛି ସ୍ବାଧୀନତାର 75 ତମ ଦିବସ । ଦେଶବାସୀଙ୍କୁ ଏହି ସ୍ବାଧୀନତାର ସ୍ବାଦ ଚଖାଇବା ପାଇଁ ଅନେକ ବୀର ପୁରୁଷ ଦେଇଛନ୍ତି ବଳିଦାନ । ଦେଶ ପାଇଁ ଏମିତି ଅନେକ ବଳିଦାନ ମଧ୍ୟରେ ରହିଛି ନୟାଗଡ଼ର ସ୍ବାଧୀନତା ସଂଗ୍ରାମୀ ଗାଁ ଥୁଆବାରୀ । ପ୍ରଜା ଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଏହି ଗାଁର ଆବାଳବୃଦ୍ଧବନିତା । ଗୋଟିଏ ଲକ୍ଷ୍ୟ ଥିଲା ଫିରଙ୍ଗୀମାନଙ୍କ କବଳରୁ ଦେଶକୁ ରକ୍ଷା କରିବା ।

ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ, ଆନ୍ଦୋଳନରେ ସାମିଲ ହୋଇଥିଲେ ଆବାଳବୃଦ୍ଧବନିତା

ଜିଲ୍ଲାର ନୂଆଗାଁ ବ୍ଲକର ଥୁଆବାରୀ ଗାଁ । ମହାତ୍ମା ଗାନ୍ଧୀଙ୍କ ଦେଶମୁକ୍ତି ବାଣୀରେ ଉଦବୁଦ୍ଧ ହୋଇ ଗାଁର ଆବାଳବୃଦ୍ଧବନିତା ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ଓଡ଼ିଶାର ରକ୍ତତୀର୍ଥ ଇରମ ପରେ ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଭାବେ ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ସୁନ୍ଦରପୃଷ୍ଠା ମଣ୍ଡନ କରିଛି ଥୁଆବାରୀ । ପ୍ରଜାମଣ୍ଡଳ ଆନ୍ଦୋଳନରେ ଏହି ଗାଁର କଣ୍ଡୁରୀ ପରିଡା ସ୍ଥାନୀୟ ଆଦିବାସୀଙ୍କୁ ମେଳି କରି ସ୍ବାଧୀନତା ଆନ୍ଦୋଳନରେ ସାମିଲ କରାଇଥିଲେ । ଆଉ ଏହାପରେ ଗାନ୍ଧିଜୀଙ୍କ ଓଡିଶା ଆଗମନରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ବ ନେଇ ଏହି ଗାଁର କଣ୍ଡୁରୀ ପରିଡା ଓ ଆନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଗାଁର ଆବାଳ ବୃଦ୍ଧବନିତା ଦେଶ ମୁକ୍ତି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଭାରତ ଛାଡ଼ ଆନ୍ଦୋଳନ ବେଳେ ଏହି ଗାଁର ଶତାଧିକ ଲୋକେ ମେଳି ବାନ୍ଧି ବରକୋଳା ବଙ୍ଗଳା ସମେତ ଆଖପାଖ ସମସ୍ତ ଅଞ୍ଚଳରେ ଇଂରେଜ ସରକାରଙ୍କ ସରକାରୀ ଅଫିସରେ ନିଆଁ ଲଗାଇଥିଲେ । ଇଂରେଜମାନଙ୍କୁ ଅସହଯୋଗ କରିଥିଲେ ଗ୍ରାମବାସୀ । ଏହି ଆନ୍ଦୋଳନରେ ଗ୍ରାମର ପ୍ରାୟ 65 ଜଣ ସ୍ବାଧୀନତା ସଂଗ୍ରାମୀ ପ୍ରାଣ ଦେଇ ଆଜି ବି ଅମର ହୋଇଛନ୍ତି । ଗାଁ ମୁଣ୍ଡରେ ଥିବା ଶହୀଦ ସ୍ତମ୍ଭ ଆଜି ସଂଗ୍ରାମୀମଙ୍କ ସ୍ମତିକୁ ବହନ କରି ଛିଡ଼ା ହୋଇଛି । ଗ୍ରାମର ସଂଗ୍ରାମୀଙ୍କ ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର 10 ତାରିଖକୁ ଗ୍ରାମବାସୀ ଶହୀଦ ଦିବସ ଭାବେ ପାଳନ କରି ଆସୁଛନ୍ତି l

ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିବା ଏହି ଗାଁର କଣ୍ଡୁରୀ ପରିଡାଙ୍କ ସମେତ ଭାଗବତ ସ୍ବାଇଁ, ଆନନ୍ଦ ସ୍ବାଇଁ, ପ୍ରହ୍ଲାଦ ସ୍ବାଇଁଙ୍କୁ ଗିରଫ କରିବା ପାଇଁ ଇଂରେଜ ସରକାର 500ମୁଦ୍ରାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ କଣ୍ଡୁରୀ ପରିଡା ଓ ତାଙ୍କ ପୁଅ ବୁଦ୍ଧି ପରିଡ଼ାଙ୍କୁ ଗିରଫ କରି ଅକଥନୀୟ ନିର୍ଯାତନା ଦେଉଥିଲେ । ଫଳରେ କାରାଗାର ଭିତରେ କଣ୍ଡୁରୀ ପରିଡାଙ୍କ ପୁଅ ବୁଦ୍ଧି ପରିଡା ଶହୀଦ ହୋଇଯାଇଥିଲେ । ଏହି ଗାଁର ଲିଙ୍ଗା ନାଏକ ଓ ହରି ସାହୁ ଇଂରେଜମାନଙ୍କ ଅତ୍ୟାଚାର ସହି ନପାରି ପାଗଳ ହୋଇଯାଇଥିଲେ ।

ଏହି ଗାଁର ଅନ୍ୟଜଣେ ସଂଗ୍ରାମୀ ଖତି ସାହୁଙ୍କୁ ଇଂରେଜ ସରକାର ଏଭଳି ଦଣ୍ଡ ବ୍ୟବସ୍ଥା କଲେ ଯେ କେହି ତାଙ୍କର ପତ୍ତା ମଧ୍ୟ ପାଇଲେ ନାହିଁ । ଏହିଭଳି ଭାବେ ଗାଁର ପ୍ରାୟ 65 ଜଣ ମହିଳା ଓ ପୁରୁଷ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ଜେଲଦଣ୍ଡ ଓ ଲୁଟପାତ ସହ ଆଜୀବନ କାରଦଣ୍ଡରେ ଦଣ୍ଡିତ ହୋଇଥିଲେ । ଥୁଆବାରୀ ଗ୍ରାମବାସୀ ଦେଶ ମାତୃକାକୁ ସ୍ବାଧୀନତାର ସ୍ବାଦ ଚଖାଇବାକୁ ଯେଉଁ ବିପ୍ଳବ କରିଥିଲେ, ତାହା ଯୁଗ ଯୁଗ ଧରି ଚିରସ୍ମରଣୀୟ ହୋଇ ନିଶ୍ଚୟ ରହିବ । ଗ୍ରାମବାସୀଙ୍କ ସଂଗ୍ରାମର ଗାଥାକୁ ଇତିହାସ ନିଜର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛି ଏବଂ ଥୁଆବାରୀ ଗ୍ରାମବାସୀଙ୍କ ବୀରତ୍ବ ଆଜି ତାଙ୍କୁ କରିଛି ଅମର ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Aug 15, 2021, 10:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.