ETV Bharat / state

ସମବାୟ ସମିତି କାର୍ଯ୍ୟାଳୟରେ ସମ୍ପାଦକଙ୍କୁ ତାଲା ପକାଇଲେ ଚାଷୀ

author img

By

Published : Mar 3, 2021, 10:58 PM IST

ରଣପୁର ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର କୃଷି ସମବାୟ ସମିତି କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ....

ସମବାୟ ସମିତି କାର୍ଯ୍ୟାଳୟରେ ସମ୍ପାଦକଙ୍କୁ ତାଲା ପକାଇଲେ ଚାଷୀ
ସମବାୟ ସମିତି କାର୍ଯ୍ୟାଳୟରେ ସମ୍ପାଦକଙ୍କୁ ତାଲା ପକାଇଲେ ଚାଷୀ

ନୟାଗଡ଼: ରଣପୁର ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର କୃଷି ସମବାୟ ସମିତି କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ମଣ୍ଡିରେ ପଡିରହିଥିବା ଚାଷୀଙ୍କର ଧାନ ବିକ୍ରି ନହେବା, କୁଇଣ୍ଟାଲ ପିଛା 5 କେଜିରୁ 6 କେଜି ଧାନ କଟାଯିବା ଏବଂ ଚାଷୀଙ୍କୁ ଟୋକନ ନମିଳିବା ଏଭଳି ବିଭିନ୍ନ ସମସ୍ୟାକୁ ନେଇ ସମବାୟ ସମିତି କାର୍ଯ୍ୟାଳୟକୁ ଘେରିଛନ୍ତି ଚାଷୀ l

ସମବାୟ ସମିତିର ସମ୍ପାଦକ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ତାଲାପକାଇ ଧାରଣାରେ ବସିଥିଲେ ଚାଷୀ l ଅନ୍ୟ ପକ୍ଷରେ ସମବାୟ ସମିତିର ସମ୍ପାଦକ ନିଜ ସମ୍ପର୍କୀୟ ଦେଖି ଧାନ ବିକ୍ରି କରାଉଥିବାର ଅଭିଯୋଗ ଆଣିଛନ୍ତି ଚାଷୀ l ଚାଷୀମାନେ ଠିକ ଭାବରେ ଧାନ ବିକ୍ରି କରିପାରୁନଥିବା ଓ ଟୋକନ ମିଳୁନଥିବା ସମ୍ପର୍କରେ ବାରମ୍ବାର ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହଁ l ଜାନୁଆରୀ ମାସରୁ ଟୋକନ ପାଇଥିବା ଚାଷୀମାନଙ୍କର ଏପର୍ଯ୍ୟନ୍ତ ଧାନ ବିକ୍ରି ହୋଇନଥିବା ବେଳେ ଫେବୃଆରୀ ମାସ ଶେଷ ହୋଇଥିଲେ ସୁଦ୍ଧା ମାର୍ଚ୍ଚ ମାସରେ ମଧ୍ୟ ଚାଷୀମାନଙ୍କ ଠାରୁ ମଧ୍ୟ ଧାନ ସଂଗ୍ରହ କରାଯାଇନାହଁ l ଚାଷୀମାନଙ୍କୁ ବୁଝାସୁଝା କରାଯିବା ପରେ ପରିସ୍ଥିତି ଆୟତ୍ତ କରାଯାଇଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.