ETV Bharat / state

ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା: ମାଆକୁ ଘରୁ ବାହାର କଲେ ଶାଶୁଘର ଲୋକେ - ନିର୍ଯ୍ୟାତନା

ଝିଅ ଜନ୍ମ ହେବାରୁ ମାଆକୁ ନିର୍ଯାତନା । ଶିଶୁ କନ୍ୟା ଜନ୍ମ ଦେବାରୁ ମାଆକୁ ଘରୁ ବାହାର କଲେ ଶାଶୁ ଘର ଲୋକେ । ଅଧିକ ପଢନ୍ତୁ...

ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା: ଝିଅ ଜନ୍ମ ଦେବାରୁ ମାଆକୁ ତଡିଦେଲେ ଶାଶୁ ଘର ଲୋକେ

author img

By

Published : May 29, 2021, 10:47 PM IST

ନୟାଗଡ଼: ନୟାଗଡ଼ରେ ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଝିଅ ଜନ୍ମ ହେବାରୁ ମାଆକୁ ନିର୍ଯାତନା । ଶାଶୁ ଘରୁ ତଡିଦେଲେ ମାଆକୁ । ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଯଦୁପୁର ଗ୍ରାମର ଝିଅ ତଥା ଡିଆଁପଡା ପଥରକଟା ଗ୍ରାମର ବୋହୂ ଅନିତା ସେଠୀ ଏଭଳି ଅଭିଯୋଗ ଆଣିଛନ୍ତି । ଅନିତାଙ୍କ ଅଭିଯୋଗ ଯେ, ତାଙ୍କର ଝିଅ ହୋଇଥିବାରୁ ସ୍ବାମୀ ସୁଶାନ୍ତ ସେଠୀ ଓ ତାଙ୍କ ଘର ଲୋକ ତାଙ୍କୁ ମାଡ ଗାଳି କରି ଘରୁ ବାହାର କରି ଦେଇଛନ୍ତି । ଝିଅ ଜନ୍ମ ହେବା ପରଠୁ ବାରମ୍ବାର ଏପରି ଘଟୁଛି ।

ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା: ଝିଅ ଜନ୍ମ ଦେବାରୁ ମାଆକୁ ତଡିଦେଲେ ଶାଶୁ ଘର ଲୋକେ

ଏ ସମ୍ପର୍କରେ ଅନିତା ପୂର୍ବରୁ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସ୍ବାମୀ ସୁଶାନ୍ତଙ୍କ ପରିବାର ଲୋକେ ସମାଧାନ କରି ଘରକୁ ନେଇଥିଲେ । କିଛି ଦିନ ପରେ ପୁଣି ଝିଅ କାହିଁକି ଜନ୍ମ କଲୁ କହି ଘରୁ ବାହାର କରି ଦେଇଛନ୍ତି ।

ନ୍ୟାୟ ପାଇବା ଆଶାରେ ସାତ ମାସର ଝିଅକୁ ଧରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ କାନ୍ଦୁଥିଲେ ମଧ୍ୟ ତା କଥା ଶୁଣିବାକୁ କେହି ନଥିଲେ । ଥାନାକୁ ଯାଇ ପୁନର୍ବାର ଅଭିଯୋଗ କରିବାକୁ ଗଲେ ମଧ୍ୟ ମୋ କଥା ଥାନାରେ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଅନିତା ସେଠୀ l ମହିଳା ଜଣକ କାନ୍ଦିକାନ୍ଦି କହୁଛନ୍ତି ସାତ ମାସର ଝିଅକୁ ନେଇ ମୁଁ ଯିବି କେଉଁଆଡେ, ମୁଁ ମୋ ସ୍ବାମୀ ପାଖରେ ରହିବାକୁ ଚାହେଁ ମୋତେ ନ୍ୟାୟ ଦିଆଯାଉ l ପରେ ପୋଲିସ ତାଙ୍କୁ ନୟାଗଡ଼ ସ୍ଥିତ "ସେବା ' ଆଶ୍ରମରେ ଛାଡ଼ିଛି l ମାଆ ଏବଂ ଛୁଆ ଏବେ ସେଠାରେ ଥିବା ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.