ETV Bharat / state

ଦଶପଲ୍ଲାରେ ଭୟାବହ ଅଗ୍ନିକାଣ୍ଡ, 12 ବଖରା ଜଳିପୋଡ଼ି ପାଉଁଶ

author img

By

Published : Mar 21, 2021, 9:48 AM IST

ନୟାଗଡ ଜିଲ୍ଲା ଦଶପଲ୍ଲା ମେଘମାଳ ହରିଜନସାହିରେ ଭୟାବହ ଅଗିକାଣ୍ଡ ଘଟି ଗାଁର ୭ ପରିବାରର ପ୍ରାୟ ୧୨ ବଖରା ଘର ଜଳିପୋଡି ଭସ୍ମୀଭୂତ ହୋଇଯାଇଛି। ଅଧିକ ପଢନ୍ତୁ...

ଦଶପଲ୍ଲାରେ ଭୟାବହ ଅଗ୍ନିକାଣ୍ଡ
ଦଶପଲ୍ଲାରେ ଭୟାବହ ଅଗ୍ନିକାଣ୍ଡ

ନୟାଗଡ଼: ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନୟାଗଡ ଜିଲ୍ଲା ଦଶପଲ୍ଲା ମେଘମାଳ ହରିଜନସାହିରେ ଭୟାବହ ଅଗିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗାଁର ୭ ପରିବାରର ପ୍ରାୟ ୧୨ ବଖରା ଘର ଜଳିପୋଡି ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

ଦଶପଲ୍ଲାରେ ଭୟାବହ ଅଗ୍ନିକାଣ୍ଡ

ଗାଁରେ ନିଆଁ ଲାଗିବା ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲା । ଭୟାବହ ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନ ପରିବାର ଖୋଲା ଆକାଶ ତଳେ ପଡିରହିଥିବା ବେଳେ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.