ETV Bharat / state

ସ୍ଵାତୀ ନିଖୋଜ ଘଟଣା: ପରିବାରକୁ ଭେଟିଲା ବିଜେପିର ଆଉ ଏକ ଟିମ

ନିଖୋଜ ସ୍ଵାତୀ ଘଟଣାରେ ପଡୁନି ଯବନିକା l ଏହି ଘଟଣାକୁ ନେଇ ରାଜନୈତିକ ଦଳ ଗୁଡିକ ରାଜନୀତି ଥମିବାର ନା ଧରୁନି l ବିଜେଡି, ବିଜେପି, କଂଗ୍ରେସ ଏବଂ ସିପିଆଇଏମର ନେତୃବୃନ୍ଦ ସ୍ଵାତୀ ପରିବାରକୁ ଭେଟିଥିବା ବେଳେ ପୁଣି ବିଜେପିର ରାଜ୍ୟସ୍ତରୀୟ ଏକ ଟିମ ପରିବାରକୁ ଭେଟିଛି l

ସ୍ଵାତୀ ନିଖୋଜ ଘଟଣା : ପରିବାରକୁ ଭେଟିଲା ବିଜେପିର ଆଉ ଏକ ଟିମ

author img

By

Published : Dec 15, 2020, 1:07 PM IST

ନୟାଗଡ: ନିଖୋଜ ସ୍ଵାତୀ ଘଟଣାରେ ପଡୁନି ଯବନିକା l ଏହି ଘଟଣାକୁ ନେଇ ରାଜନୈତିକ ଦଳ ଗୁଡିକ ରାଜନୀତି ଥମିବାର ନା ଧରୁନି l ସ୍ଵାତୀ ଏବେ କେଉଁ ଅବସ୍ଥାରେ ଅଛି ସେ ନେଇ ତନାଘନା କରୁଛି ପୋଲିସ l ଇତିମଧ୍ୟରେ ଘଟଣାକୁ 5 ଦିନ ବିତିଛି l ଏହା ଚର୍ଚ୍ଚିତ ଘଟଣାରେ ପରିଣତ ହୋଇଛି l ବଧିପାଟଣା ଗ୍ରାମରେ ରାଜନେତାଙ୍କ ଭିଡ଼ ଲାଗୁଛି l

ସ୍ଵାତୀ ନିଖୋଜ ଘଟଣା : ପରିବାରକୁ ଭେଟିଲା ବିଜେପିର ଆଉ ଏକ ଟିମ

ବିଜେଡି, ବିଜେପି, କଂଗ୍ରେସ ଏବଂ ସିପିଆଇଏମର ନେତୃବୃନ୍ଦ ସ୍ଵାତୀ ପରିବାରକୁ ଭେଟିଥିବା ବେଳେ ପୁଣି ବିଜେପିର ରାଜ୍ୟସ୍ତରୀୟ ଏକ ଟିମ ପରିବାରକୁ ଭେଟିଛି l ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ରଶ୍ମିରେଖା ଦାଶଙ୍କ ନେତୃତ୍ବ ବିଜେପିର ଏକ ଟିମ ସ୍ଵାତୀ ବାପା ମା'ଙ୍କ ସହ ନିଖୋଜ ବିଷୟରେ ପଚାରି ବୁଝିଥିଲେ l ପରେ ସନ୍ଦେହ କରାଯାଉଥିବା ପୋଖରୀକୁ ଯାଇ ସେଠାରେ ମଧ୍ୟ ଲୋକଙ୍କ ସହ ଆଲୋଚନା କରିଥିଲେ l ରାଜ୍ୟରେ ଶିଶୁ ନିଖୋଜ ଘଟଣା ଘଟୁଥିଲେ ବି ସରକାର ଚୁପ ବସିଛନ୍ତି l ଏହି ଘଟଣା ପରୀ ଭଳି ନ ହେଉ ଏବଂ ପୋଲିସ ସ୍ଵାତୀକୁ ଖୋଜି ଆଣିବାକୁ ଦାବି କରିଛି ବିଜେପି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.