ନୟାଗଡ଼: ସ୍କୁଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଖଣ୍ଡପଡ଼ା ଥାନାରେ ଏତଲା ଦିଆଯାଇଛି । ଶ୍ରେଣୀ ଶିକ୍ଷକ ଏବଂ ସ୍କୁଲ ପରିଚାଳକଙ୍କ ଦାୟିତ୍ୱ ହୀନତା କାରଣରୁ ପୁଅ ରାଜେଶଙ୍କ ମୃତ୍ୟୁ ହୋଇଛି ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି l
ଏଭଳି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଢ଼ୋଲମରାରେ ଦେଖିବାକୁ ମିଳିଛି l ଢୋଲମରା ଉଚ୍ଚ ବିଦ୍ୟାଳୟକୁ ପ୍ରତିଦିନ ଭଳି ରାଜେଶ ସ୍ୱାଇଁ ପାଠ ପଢିବାକୁ ଯାଇଥିଲେ l ଶୁକ୍ରବାର ଅପରାହ୍ନରେ କୌଣସି କାରଣରୁ ରାଜେଶଙ୍କ ଦେହ ଅସୁସ୍ଥ ହୋଇଥିଲା l ଏ ନେଇ ପରିବାର ଲୋକଙ୍କୁ ବହୁ ବିଳମ୍ବରେ ସ୍କୁଲ ତରଫରୁ ସୂଚନା ଦିଆଯାଇଥିଲା l ସୂଚନା ପାଇ ସ୍କୁଲରେ ପହଞ୍ଚି ପରିବାର ଲୋକେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜେଶଙ୍କୁ ଭର୍ତ୍ତି କରିଥିଲେ l କିନ୍ତୁ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଦାୟିତ୍ୱ ହୀନତା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜେଶଙ୍କ ପରିବାର ଲୋକ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ