ନୟାଗଡ: ପବିତ୍ର ପୌଷପୂର୍ଣ୍ଣିମାରେ ସୁନା ବେଶରେ ସଜେଇ ହୋଇଛନ୍ତି ନୀଳମାଧବ । ନୟାଗଡରେ ଜଗନ୍ନାଥଙ୍କ ଆଦ୍ୟ ପ୍ରତୀକ ଶ୍ରୀ ନୀଳମାଧବ ଜୀଉଙ୍କ ସୁନାବେଶ ଉତ୍ସବ ନୀଳମାଧବ ପୀଠରେ ମହାସମାରୋହରେ ଅନୁଷ୍ଠିତ ହୋଇଛି ।
ନୀଳମାଧବଙ୍କ ସୁନା ବେଶର ଦିବ୍ୟ ଦର୍ଶନ କରିବାକୁ ପୀଠରେ ଭକ୍ତଙ୍କ ଭିଡ ଲାଗିରହିଛି । ଶ୍ରୀଜୀଉଙ୍କ ଶ୍ରେଷ୍ଠପର୍ବ ଦର୍ଶନ ଲାଭ ପାଇଁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ନୀଳମାଧବଙ୍କ ସୁନାବେଶ ଅବସରରେ ଗୁରୁବାର ସଂନ୍ଧ୍ୟାର ଆୟୋଜନ ହୋଇଥିଲା । ଏଥିରେ ରାଜ୍ୟର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଓ ଓଡିଶୀ ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ବାରା ଭଜନ ଓ ଓଡିଶୀ ନୃତ୍ୟ ପରିବେଶଣ କରାଯାଇଥିଲା । ଯାହା ଲୋକଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲା ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ