ETV Bharat / state

ଛାତ୍ରରୁ ସଫଳ ଚାଷୀ, ସ୍ବାବଲମ୍ବୀ ହେବା ସହ 4 ଜଣଙ୍କୁ ଦେଇଛନ୍ତି ରୋଜଗାର - nayagargh district news

ନୟାଗଡ଼ର ଜଣେ ଛାତ୍ର ଏବେ ସଫଳ ଚାଷୀ । ନିଜେ ସ୍ବାବଲମ୍ବୀ ହେବା ସହ 4 ଜଣଙ୍କୁ ଦେଇଛନ୍ତି ରୋଜଗାର । ପଢନ୍ତୁ ଅଧିକ...

ଛାତ୍ରରୁ ସଫଳ ଚାଷୀ , ନିଜେ ସ୍ବାବଲମ୍ବୀ ହେବେ ସହ 4 ଜଣଙ୍କୁ ଦେଇଛନ୍ତି ରୋଜଗାର

author img

By

Published : Mar 8, 2021, 10:43 PM IST

Updated : Mar 9, 2021, 6:54 PM IST

ନୟାଗଡ଼ : ଯୁବକ ମାନେ ଚାହିଁଲେ ଅନେକ କିଛି କରିପାରିବେ l ସେମାନଙ୍କ ଆଗରେ ଅସମ୍ଭବ ଶବ୍ଦ ବହୁ ଦୂର l ଏମିତି ଜଣେ ଯୁବକ ସେ ଯିଏକି ଛାତ୍ର ହୋଇ ବି ସଫଳ ଚାଷୀ ହୋଇପାରିଛନ୍ତି l ମାଛ, ଛତୁ, କୁକୁଡ଼ା ଚାଷ କରି ସଫଳ ଯୁବ ଚାଷୀ ଭାବେ ପାଇଛନ୍ତି ସ୍ବତନ୍ତ୍ର ପରିଚୟ l ଅନ୍ୟ ଯୁବ ବର୍ଗ ପାଇଁ ପାଲଟିଛନ୍ତି ଉଦାହରଣ l ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗଡ଼ବାଣିକିଲୋ ଗ୍ରାମ ପଞ୍ଚାୟତ ଗୁଣ୍ଡୁରୀଆ ଗ୍ରାମର ମଳୟ ରଞ୍ଜନ ମହାନ୍ତି ବୟସ 26 l ସରକାରୀ ଚାକିରୀ ପଛରେ ନ ଗୋଡ଼ାଇ ନିଜେ କିଛି କରିବାର ଇଛା ତାଙ୍କୁ ଆଜି ଜଣେ ସଫଳତା ଦେଇଛି l ନିଜ ଉଦ୍ୟମରେ କରୁଛନ୍ତି l ପାଠପଢ଼ିବା ସହ ଚାଷ କାମରେ ମନ ଦେଉଛନ୍ତି l ଶିକ୍ଷାଗତ ଯୋଗ୍ୟତା ବିଏଡ଼(BED) l ଏବେ ମଧ୍ୟ ଚାଷ ସହ ପାଠପଢ଼ା ଜାରି ରଖିଛନ୍ତି l

ଘରେ କାହାର ବୋଝ ନ ହୋଇ ନିଜେ ସ୍ବାବଲମ୍ବୀ ହେବାକୁ ସେ କରିଥିଲେ ପ୍ରୟାସ l ଆଉ ଏହି ସଫଳ ପ୍ରୟାସ ତାଙ୍କୁ କରିଛି ଲାଭାନ୍ଵିତ l ଭଲ ରୋଜଗାର କରିପାରୁଛନ୍ତି l ବେକାରୀ ଶବ୍ଦକୁ ଭୁଲ ପ୍ରମାଣିତ କରିଛନ୍ତି l କଠିନ ପରିଶ୍ରମ ଓ କିଛି ନିଆରା କରିବାର ଇଛା ଶକ୍ତି ସବୁ ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି l ନିଜେ ଛତୁ ଚାଷ କରି ଖୁବ କମ ଦିନରେ ଲାଭ ପାଇପାରୁଛନ୍ତି l ଖାଲି ନିଜେ ରୋଜଗାର କରିନାହାନ୍ତି ଗାଁର 4 ରୁ 5 ଜଣଙ୍କୁ ରୋଜଗାର ଦେବାକୁ ସକ୍ଷମ ହୋଇଛନ୍ତି l ଏଥିପାଇଁ ସେ ବେଶ ଖୁସି ଥିବା କୁହନ୍ତି l ନେଟ ହାଉସରେ ଛତୁ ଚାଷ କରୁଛନ୍ତି l ଏହା ସହ ପୋଖରୀରେ ମାଛ ଚାଷ. କୁକୁଡ଼ା ଚାଷ ଓ ପନିପରିବା ଚାଷ କରୁଛନ୍ତି l ସରକାରଙ୍କ ତରଫରୁ ମଧ୍ୟ ସହାୟତା ପାଇଛନ୍ତି l ଏହାକୁ ସଦବିନିଯୋଗ କରି ଆଜି ସଫଳ ଯୁବ ଚାଷୀରେ ପରିଣତ ହୋଇଛନ୍ତି l ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ପାଇବା ସହ ଅନ୍ୟ ଯୁବ ବର୍ଗ ପାଇଁ ଉଦାହରଣ ସାଜିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Mar 9, 2021, 6:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.