ETV Bharat / state

ସ୍ବପ୍ନ ସାର୍ଥକ କରୁଛି କଦଳୀ ଚାଷ, ମିଳିଲା ଆଦର୍ଶ ଚାଷୀର ପରିଚୟ - ନୟାଗଡର ଆଦର୍ଶ ଚାଷୀ ଯୁଧିଷ୍ଠିର

4 ଏକରରୁ ଅଧିକ ଜମିରେ କଦଳୀ ଚାଷ କରି ସଫଳ ଓ ଆଦର୍ଶ ଚାଷୀ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ନୟାଗଡ କୋଟଗଡ ଗାଁର ଯୁଧିଷ୍ଠିର । ଅଧିକ ପଢନ୍ତୁ...

୍
ସଫଳ କଦଳୀ ଚାଷୀ ଯୁଧିଷ୍ଠିର
author img

By

Published : Nov 15, 2020, 1:11 PM IST

ନୟାଗଡ଼: ଜିଲ୍ଲାର ରଣପୁର ବ୍ଲକ କୋଟଗଡ଼ ଗ୍ରାମର ଯୁଧିଷ୍ଠିର ବିଶ୍ବାଳ l ଅତ୍ୟାଧୁନିକ ଯୁଗ ସହ ତାଳ ଦେଇ କଦଳୀ ଚାଷ କରୁଛନ୍ତି । ପ୍ରାୟ 4 ଏକରରୁ ଅଧିକ ଜମିରେ କଦଳୀ ଚାଷ କରି କଦଳୀ ବଣର ରାଜା ପାଲଟିଛନ୍ତି । ଯୁଧିଷ୍ଠିର କୌଣସି ଉଚ୍ଚ ଶିକ୍ଷିତ ନୁହନ୍ତି l ତୃତୀୟ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି l ହେଲେ ସେ ଯେଉଁ କାର୍ଯ୍ୟ କରିଛନ୍ତି କୌଣସି ଉଚ୍ଚ ଶିକ୍ଷିତଙ୍କ ଠାରୁ କମ ନୁହେଁ l କୌଣସି କ୍ଷେତ୍ରରେ ସଫଳତା ପାଇବା ପାଇଁ କେବଳ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଦରକାର ହୋଇନଥାଏ ବରଂ ଦୃଢ଼ ଇଛାଶକ୍ତି ଏବଂ ମନୋବଳ ଦ୍ବାରା ତାହା ହାସଲ କରିହୁଏ ବୋଲି ସେ ପ୍ରମାଣିତ କରି ଦେଖାଇଛନ୍ତି ।

ସ୍ବପ୍ନ ସାର୍ଥକ କରୁଛି କଦଳୀ ଚାଷ, ମିଳିଲା ଆଦର୍ଶ ଚାଷୀର ପରିଚୟ

କଦଳୀ ଚାଷରୁ ମାସକୁ ପ୍ରାୟ 35 ହଜାରରୁ 40 ହଜାର ପର୍ଯ୍ୟନ୍ତ ରୋଜଗାର ହେଉଥିବା କହିଛନ୍ତି ଯୁଧିଷ୍ଠିର l ସେ 8 ବର୍ଷ ହେବ କଦଳୀ ଚାଷ କଲେଣି l ନିଜସ୍ବ ଜ୍ଞାନ କୌଶଳ ପ୍ରୟୋଗ କରି ପ୍ରଥମେ ଏକ ଛୋଟ ବଗିଚା କରିଥିଲେ l କିଛି କିଛି ଲାଭ ପାଇବା ପାଇଁ ପଡ଼ିଆ ପଡ଼ିଥିବା ଜମିରେ କଦଳୀ ଚାରା ଲଗାଇଲେ l ଆଉ ଏବେ ସେ ଏଥିରୁ ପାଉଥିବା ରୋଜଗାର କୌଣସି ବଡ଼ ଚାକିରୀ ଦରମା ଠାରୁ କମ ନୁହେଁ l ଏଥିରୁ ତାଙ୍କର 5 ପ୍ରାଣୀ କୁଟୁମ୍ବର ପରିବାର ଚଳେ । କଦଳୀ ଚାଷ କରି ଦି ପଇସା ଲାଭ ପାଉଥିବାରୁ ପରିବାର ଲୋକେ ବେଶ ଖୁସି ପ୍ରକଟ କରିଛନ୍ତି l ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କୌଣସି ସରକାରୀ କିମ୍ବା ବେସରକାରୀ ସହାୟତା ବିନା ସେ ଏସବୁ ନିଜ ପରିଶ୍ରମରେ କରିଛନ୍ତି l ଅକ୍ଲାନ୍ତ ପରିଶ୍ରମ ଏବଂ ନିରନ୍ତର ପ୍ରୟାସ ଯୋଗୁଁ ଆଜି ଜଣେ ସଫଳ ଚାଷୀ ହୋଇପାରିଛନ୍ତି l

ତାଙ୍କ କଦଳୀ ବଣ ଦେଖିବାକୁ ଯେତିକି ସୁନ୍ଦର, କଦଳୀ ବଣ ମଧ୍ୟରେ ଥିବା ପୋଖରୀ ଆହୁରି ସୁନ୍ଦର l ପୋଖରୀ ହୁଡ଼ାରେ ନଡ଼ିଆ ଗଛ l ଏକ ସୁନ୍ଦର ପ୍ରକଳ୍ପ ଭଳି ଏହା ଦୃଶ୍ୟମାନ ହେଉଛି l ଆହୁରିମଧ୍ୟ, ଯୁଧିଷ୍ଠିର ଏହି ପୋଖରୀରେ ରୋହି, ଭାକୁର ଆଦି ବଡ଼ ମାଛ ଚାଷ କରୁଛନ୍ତି । ସମସ୍ତ ପରିବାର ମିଳିମିଶି ମାଛ ଚାଷରେ ସହାୟକ ହୁଅନ୍ତି l 2 ପୁଅ ବାପାଙ୍କୁ ପୁରା ସହଯୋଗ କରୁଛନ୍ତି l ପୋଖରୀରୁ ବର୍ଷକୁ 2 ଥର ମାଛ ମରାହୁଏ l ଆଉ ସେଥିରୁ 2 ରୁ 3 ଲକ୍ଷ ରୋଜଗାର ହୁଏ ବୋଲି ଯୁଧିଷ୍ଠିର ଏବଂ ତାଙ୍କ ପତ୍ନୀ କହିଛନ୍ତି l ଉଚ୍ଚ ଶିକ୍ଷିତ ନ ହୋଇ ବି ଯୁଧିଷ୍ଠିର ଆଦର୍ଶ ସଫଳ ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ଏବଂ ଉଦାହରଣ ସାଜିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.