ETV Bharat / state

ଏ ଯୁଗର ବଳରାମ ‘ଶୁଭ୍ରାଂଶୁ’: ଘରେ ରଥଯାତ୍ରା ସାଙ୍ଗକୁ କରୁଛନ୍ତି ଜଗନ୍ନାଥଙ୍କ ସମସ୍ତ ବେଶ - ନୀତିକାନ୍ତି

ନା ଅଛି ଷାଠିଏ ପଉଟି ଛପନ ଭୋଗ ନା ଅଛି ସତଦଳ କମଳ ରତ୍ନସିଂହାସନର ସୁଖ । ତଥାପି ଏଠାରେ କାଳିଆ । ବଡ଼ ଦେଉଳରେ ଯେତିକି ବେଶ ସେ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତି ସଜାଉଛନ୍ତି ସେତିକି ବେଶରେ । ସେ ଜଣେ ଏମିତି ଭକ୍ତ ଯିଏକି ଘରକୁ କରୁଛନ୍ତି ଜଗନ୍ନାଥ ମନ୍ଦିର । ନୟାଗଡ଼ର କୁନି ଠାକୁରଙ୍କ ଏହି କୁନି ଭକ୍ତଙ୍କ ଉପରେ ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

ଏମିତି ବି ଏକ ଭକ୍ତ, ଘରେ ରଥଯାତ୍ରା ସାଙ୍ଗକୁ କରୁଛନ୍ତି ଜଗନ୍ନାଥଙ୍କ ସମସ୍ତ ବେଶ

author img

By

Published : Jul 9, 2021, 7:22 PM IST

ନୟାଗଡ଼: କୁନି ରଥରେ ରଥଯାତ୍ରା ଓ ଜଗନ୍ନାଥଙ୍କ ସମସ୍ତ ବେଶ କରି ଚର୍ଚ୍ଚାରେ ଜିଲ୍ଲାର ରଣପୁର ବ୍ଲକ ରାଜସୁନାଖଳା ମଥୁରାପୁରସାହିର ଶୁଭ୍ରାଂଶୁ ନାୟକ । ସେ ଜଣେ ଭକ୍ତ ଏମିତି ଭକ୍ତ ଯିଏକି ଘରକୁ କରିଛନ୍ତି ଜଗନ୍ନାଥ ମନ୍ଦିର । ଜଗନ୍ନାଥ ମନ୍ଦିରରେ ଯେପରି ନୀତିକାନ୍ତି ହୁଏ ସେ ନିଜ ଘରେ ମଧ୍ୟ ସେପରି ସମସ୍ତ ବେଶ କରୁଛନ୍ତି । ଏଭଳି କରି ସ୍ଥାନୀୟ ଅଞ୍ଚଳରେ ସେ ଚର୍ଚ୍ଚିତ ଚେହେରା ପାଲଟିଥିବା ବେଳେ 3 ଠାକୁରଙ୍କ ଦର୍ଶନ କରିବା ପାଇଁ ତାଙ୍କ ଘରେ ଲାଗୁଛି ଜଗନ୍ନାଥପ୍ରେମୀଙ୍କ ଭିଡ଼ ।

ଏମିତି ବି ଏକ ଭକ୍ତ, ଘରେ ରଥଯାତ୍ରା ସାଙ୍ଗକୁ କରୁଛନ୍ତି ଜଗନ୍ନାଥଙ୍କ ସମସ୍ତ ବେଶ

ବଡ ଦେଉଳରେ ଜଗନ୍ନାଥଙ୍କ ଯେତିକି ବେଶ ହୋଇଥାଏ ଶୁଭ୍ରାଂଶୁ ମଧ୍ୟ ସେପରି ବେଶଭୂଷା ତିଆରି କରି 3 ଠାକୁରଙ୍କୁ ପିନ୍ଧାଇଥାନ୍ତି । ରଥଯାତ୍ରା ସମୟରେ ତାଙ୍କ କୁନି ରଥରେ ରଥାରୂଢ଼ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି । ଠାକୁରଙ୍କ ବଡ଼ସିଂହାର ବେଶ, ନାଗାର୍ଜୁନ ବେଶ, ପଦ୍ମବେଶ, ଗଜବେଶ ଆଦି ସବୁ ବେଶରେ ସଜାଇ ଦିଅନ୍ତି ଶୁଭ୍ରାଂଶୁ । ଆଉ ଏତେ ସୁନ୍ଦର ବେଶରେ ସଜାଇ ଦିଅନ୍ତି ଯେ ଦେଖାଣହାରୀଙ୍କ ଆଖି ଲାଖିଯାଏ । ସାହି ପଡ଼ିଶାରୁ ଲୋକମାନେ ଦର୍ଶନ କରିବାକୁ ଶୁଭାଂଶୁଙ୍କ ଘରକୁ ଛୁଟି ଆସନ୍ତି ।

ଦିନ ଥିଲା, ଭକ୍ତ ବଳରାମ ଦାସଙ୍କ ଆକୁଳ ନିବେଦନରେ ନନ୍ଦିଘୋଷ ଛାଡି ବାଲି ରଥରେ ଆବିର୍ଭାବ ହୋଇଥିଲେ କୋଟି କୈବଲ୍ୟ ନାଥ କାଳିଆ ସାଆନ୍ତ । ଠିକ ସେମିତି ବଡ଼ ଦେଉଳର ରତ୍ନ ସିଂହାସନ ଛାଡି କାଳିଆ ସାଆନ୍ତ ଏଇ କୁନି ରଥରେ ମଧ୍ୟ ରଥାରୂଢ଼ ହେଉଛନ୍ତି । ଛୋଟ ରଥରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଶୁଭ୍ରାଂଶୁଙ୍କ ଏପରି ଘରକୁ ମନ୍ଦିର କରିବା ପଛରେ ରହିଛି ଏକ ସୁନ୍ଦର କାହାଣୀ । ନବମ ଶ୍ରେଣୀରେ ପଢ଼ିବା ବେଳେ ତାଙ୍କୁ ସ୍ବପ୍ନରେ ପୂଜା କରିବାକୁ ଠାକୁରଙ୍କ ନିର୍ଦ୍ଦେଶ ହେଲା ବୋଲି କୁହନ୍ତି ଶୁଭ୍ରାଂଶୁ । ସେହି ଦିନ ଠାରୁ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିଜ ଘରେ ରଖି ପୂଜା କରି ଆସୁଛନ୍ତି । ପ୍ରତିଦିନ ଘଣ୍ଟା ଘଣ୍ଟା ପୂଜା କରିବା ସହ ଠାକୁରଙ୍କ ସମସ୍ତ ନୀତିକାନ୍ତି କରନ୍ତି ଶୁଭ୍ରାଂଶୁ l

ଏଥିରେ ତାଙ୍କୁ ପୁରା ସହଯୋଗ କରନ୍ତି ତାଙ୍କ ପରିବାର । ଫୁଲ ତୋଳିବା, ବେଶ ସାମଗ୍ରୀ ପ୍ରସ୍ତୁତ କରିବା ଆଦି ସବୁ କ୍ଷେତ୍ରରେ ଶୁଭ୍ରାଂଶୁଙ୍କୁ ପରିବାରର ସହଯୋଗ ମିଳେ । ତେବେ ଶ୍ରୀଗୁଣ୍ଡିଚାରେ ରଥଯାତ୍ରା, ଅଧରପଣା, ସ୍ନାନ ପୂର୍ଣ୍ଣିମା ଆଦି ସମସ୍ତନୀତି କରନ୍ତି ଶୁଭ୍ରାଂଶୁ । ଆଉ ରାତି ହେଲେ କୁନି ପଲଙ୍କରେ ତିନି ଠାକୁର ଶୋଇବା ପରେ ଯାଇ ବିରାମ ନିଅନ୍ତି ଶୁଭ୍ରାଂଶୁ । କାଳିଆ ଠାକୁରଙ୍କ ପ୍ରତି ଶୁଭ୍ରାଂଶୁଙ୍କ ଏପରି ଭକ୍ତିକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରନ୍ତି ସଭିଏଁ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.