ETV Bharat / state

ଜୀବଜନ୍ତୁଙ୍କ ସେବାରେ ସମର୍ପିତ ସୁବାସ, ଚାକିରୀର ଅଧା ଅର୍ଥ କରୁଛନ୍ତି ବିନିଯୋଗ - ଚାକିରୀର ଅଧା ଅର୍ଥ କରୁଛନ୍ତି ବିନିଯୋଗ

ଜୀବଜନ୍ତୁଙ୍କ ସେବାରେ ସମର୍ପିତ ଜୀବନ । ସେ ସାଜିଛନ୍ତି ନୀରିହ ପଶୁଙ୍କ ସୁଖ ଦୁଃଖର ସାଥୀ। ସକାଳ ହେଲେ ଘର ବାରଣ୍ଡାରେ ବୁଲା କୁକୁର, ଗାଈଗୋରୁ ଓ ପକ୍ଷୀଙ୍କୁ ନିଜ ହାତରେ ପରଷି ଦିଅନ୍ତି ଖାଦ୍ୟ । ଏଭଳି ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛନ୍ତି ନୟାଗଡର ନିଆରା ବ୍ୟକ୍ତିତ୍ବ । ଅଧିକ ପଢନ୍ତୁ...

Subash  Animal man of nayagarh Self life dedicated for animal
ଜୀବଜନ୍ତୁଙ୍କ ସେବାରେ ସମର୍ପିତ ସୁବାସ, ଚାକିରୀର ଅଧା ଅର୍ଥ କରୁଛନ୍ତି ବିନିଯୋଗ
author img

By

Published : Oct 4, 2021, 8:54 PM IST

ନୟାଗଡ: ଜୀବଜନ୍ତୁଙ୍କ ସେବାରେ ସମର୍ପିତ ଜୀବନ । ସେ ସାଜିଛନ୍ତି ନୀରିହ ପଶୁଙ୍କ ସୁଖ ଦୁଃଖର ସାଥୀ। ସକାଳ ହେଲେ ଘର ବାରଣ୍ଡାରେ ବୁଲା କୁକୁର, ଗାଈଗୋରୁ ଓ ପକ୍ଷୀଙ୍କୁ ନିଜ ହାତରେ ପରଷି ଦିଅନ୍ତି ଖାଦ୍ୟ । ଏଭଳି ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଥିବା ନିଆରା ବ୍ୟକ୍ତିତ୍ବ ହେଉଛନ୍ତି ନୟାଗଡର ସୁବାସ ଚନ୍ଦ୍ର ବେହେରା l ପେଶାରେ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ କିନ୍ତୁ ନିଜର ସ୍ବଳ୍ପ ଦରମା ଅର୍ଥରେ ଜୀବଜନ୍ତୁଙ୍କ ସେବା କରି ସେ ପାଆନ୍ତି ଖୁବ ଆତ୍ମସନ୍ତୋଷ l

ଜୀବଜନ୍ତୁଙ୍କ ସେବାରେ ସମର୍ପିତ ସୁବାସ, ଚାକିରୀର ଅଧା ଅର୍ଥ କରୁଛନ୍ତି ବିନିଯୋଗ
ସକାଳ ହେଲେ ସୁବାସଙ୍କ ଘର ବାରଣ୍ଡାରେ ମେଳି ବାନ୍ଧନ୍ତି କୁକୁର l ଆଉ, ନିଜର ସ୍ଥାୟୀ ଠିକଣା ଭାବି ସୁବାସଙ୍କ ଘର ଆଗକୁ ଚାଲି ଆସନ୍ତି ସହରର ଅନେକ ବୁଲା ଗାଈ ଗୋରୁ l ନିୟମିତ ଭାବେ ସୁବାସ ନିଜ ହାତରେ ବେଶ ଶ୍ରଦ୍ଧା ସହକାରେ ଏମାନଙ୍କୁ ପରସି ଦିଅନ୍ତି ଘାସ,ବିସ୍କୁଟ ଓ ରନ୍ଧାଖାଦ୍ୟ l ଛୋଟବେଳୁ ହିଁ ଜୀବଜନ୍ତୁଙ୍କ ପ୍ରତି ସେ ନିଜର ଏକ ଭିନ୍ନ ଧାରଣା ରଖିଛନ୍ତି। ଦୀର୍ଘ 50 ବର୍ଷ ଧରି ନିୟମିତ ଭାବେ ସହରର ଅନେକ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ସହ ସେବା ଶୁଶ୍ରୁଷା ବି ସେ କରି ଆସୁଛନ୍ତି l ନୟାଗଡ ସହରରେ କେବେ କେଉଁ ବୁଲା ଜୀବଜନ୍ତୁ ଦୁର୍ଘଟଣା କିମ୍ବା ରୋଗାଗ୍ରସ୍ଥ ହେଲେ ସୁବାସ ନିଜ ସହକର୍ମୀଙ୍କୁ ନେଇ ସେବା କରନ୍ତି। ଏହା ସହ ଜୀବଜନ୍ତୁ ପ୍ରେମୀଙ୍କୁ ଏକାଠି କରି ସହରରେ ଜୀବମଙ୍ଗଳ ଏକ ସୁନ୍ଦର ବାର୍ତ୍ତା ବାଣ୍ଟୁଛନ୍ତି ସୁବାଷ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ସୁବାସ, ନିଜର ସ୍ୱଳ୍ପ ଦରମାର ଅର୍ଦ୍ଧାଧିକ ଅର୍ଥ ଏହିଭଳି ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ଓ ସେବା ସୁଶ୍ରୁଷା କରିବାରେ ବିନିଯୋଗ କରୁଥିବା ବେଳେ ନିଜର ଅଭାବୀ ତେଲ ଲୁଣର ସଂସାର ଭିତରେ ମଧ୍ୟ ବେଶ ହସ ଖୁସିରେ ଦିନ ବିତାନ୍ତି l ନୟାଗଡ଼ ସହରରେ କେବେ କେଉଁ ବୁଲା ଜୀବଜନ୍ତୁ ଦୁର୍ଘଟଣା କିମ୍ବା ରୋଗାଗ୍ରସ୍ଥ ହେଲେ ସୁବାସ ନିଜର ସହକର୍ମୀଙ୍କୁ ଏକାଠି କରି ବେଶ ଆନନ୍ଦ ମନରେ ସେମାନଙ୍କ ସେବା କରନ୍ତି l

ସୁବାସଙ୍କ ଏହି ନିରନ୍ତର ଜୀବମଙ୍ଗଳ କାର୍ଯ୍ୟକୁ ବିଭିନ୍ନ ମହଲରୁ ଭୁୟସୀ ପ୍ରଶଂସା କରାଯାଉଛି l କେବଳ ବାହାରେ ଜୀବଜନ୍ତୁଙ୍କ ସେବା ଯତ୍ନ ନୁହେଁ ବରଂ କାର୍ଯ୍ୟାଳୟରେ ମଧ୍ୟ ଖୁବ ନିଷ୍ଠାପର ଭାବେ ସେ ନିଜର ସରକାରୀ ଦାୟିତ୍ବ ତୁଲାଇଥାନ୍ତି l ସହରର ଅନେକ ବୁଲା ଜୀବଜନ୍ତୁଙ୍କୁ ନୂଆ ଜୀବନ ଦେଇଥିବା ବେଳେ ଜନମାନସରେ ଏହା ଜୀବେଦୟାର ଏକ ସୁନ୍ଦର ବାର୍ତ୍ତା ମଧ୍ୟ ବହନ କରୁଛି l

ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.