ETV Bharat / state

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହଟହଟା: କାଦୁଅ ପଚପଚ ସ୍ଥାନରେ ବସିଲେ ଛାତ୍ରଛାତ୍ରୀ - Nayagarh news

ସ୍ମାର୍ଟ ସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମରେ ହଟହଟା ହେଲେ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକେ । କାଦୁଅ ପଚପଚ ସ୍ଥାନରେ ବସିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହଟାହଟା :କାଦୁଅ ପଚପଚ ସ୍ଥାନରେ ବସିଲେ ଛାତ୍ରଛାତ୍ରୀ

author img

By

Published : Nov 17, 2021, 9:21 PM IST

ନୟାଗଡ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଆଣ୍ଠୁଏ କାଦୁଅରେ ହନ୍ତସନ୍ତ ହେଲେ ଛାତ୍ରଛାତ୍ରୀ l ମଙ୍ଗଳବାର ନୟାଗଡ ଜିଲ୍ଲା ଓଡଗାଁ ବ୍ଳକ କୁରାଳ ହାଇସ୍କୁଲରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ l ଜିଲ୍ଲା 8ଟି ସ୍ମାର୍ଟ ସ୍କୁଲକୁ 5ଟି ଅଧୀନରେ ରୂପାନ୍ତରିତ କରାଯାଇଛି l ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ l ଏହି ସଭାରେ ଛାତ୍ରଛାତ୍ରୀଙ୍କ ସମେତ ଜିଲ୍ଲାର ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ l

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହଟାହଟା :କାଦୁଅ ପଚପଚ ସ୍ଥାନରେ ବସିଲେ ଛାତ୍ରଛାତ୍ରୀ

ମାତ୍ର ସେହି ସଭାସ୍ଥଳରେ ଆଣ୍ଠୁଏ କାଦୁଅ ଦେଖିବାକୁ ମିଳିଥିଲା l ସଠିକ ଭାବେ ପରିଚାଳନା କରାଯାଇନଥିବାରୁ କାଦୁଅ ପଚପଚ ହୋଇରହିଥିଲା ସଭା ସମ୍ମୁଖ l ଏହା ଉପରେ ଯାତାୟାତ ପାଇଁ ନାହିଁ ନଥିବା ହଇରାଣ ହୋଇଥିଲେ ଲୋକେ l ଛାତ୍ରଛାତ୍ରୀ ସେହି କାଦୁଅ ପଚପଚ ସ୍ଥାନରେ ଯାତାୟାତ କରିଥିଲେ l ଉଦ୍ଧିଷ୍ଟ ସଭାକୁ ସୁବନ୍ଦୋବସ୍ତ କରାଯାଇ ନଥିବାରୁ ହଇରାଣ ହରକତ ହୋଇଥିଲେ ଛାତ୍ରଛାତ୍ରୀ । ପରିଚାଳନା ଏବଂ ଦୂରଦୃଷ୍ଟିର ଅଭାବ ପାଇଁ ଏପରି ହୋଇଥିବା ଚର୍ଚ୍ଚା ହେଉଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.