ETV Bharat / state

ବିଦ୍ୟାଳୟ ମିଶ୍ରଣକୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

author img

By

Published : Mar 14, 2022, 5:18 PM IST

ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ପଥୁରିଆ ଗାଁର ଅଭିଭାବକ ଏବଂ ଛାତ୍ରଛାତ୍ରୀ ପଥୁରିଆ ଖଣ୍ଡପଡା ରାସ୍ତାକୁ ଅବରୋଧ କରି ରଖିଛନ୍ତି । ଅଧିକ ପଢନ୍ତୁ

ବିଦ୍ୟାଳୟ ମିଶ୍ରଣକୁ ବିରୋଧ: ରାସ୍ତା ଅବରୋଧ କଲେ ଛାତ୍ର ଛାତ୍ରୀ ଓ ଅଭିଭାବକ

ନୟାଗଡ଼: ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ପଥୁରିଆ ଗାଁର ଅଭିଭାବକ ଏବଂ ଛାତ୍ରଛାତ୍ରୀ ପଥୁରିଆ ଖଣ୍ଡପଡା ରାସ୍ତାକୁ ଅବରୋଧ କରି ରଖିଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି, ପଥୁରିଆ ଗାଁର ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ଠିକ ଥିଲେ ମଧ୍ୟ 2 କିଲୋମିଟର ଦୂରତାରେ ଥିବା ଅନ୍ୟ ଏକ ବିଦ୍ୟାଳୟ ସହ ଏହି ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ କରିଛି ଜିଲ୍ଲା ଶିକ୍ଷା ବିଭାଗ ।

ତେବେ ଏନେଇ ଗ୍ରାମବାସୀ ମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଉଚ୍ଚ ନ୍ୟାୟାଳୟ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଶିକ୍ଷା ବିଭାଗ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ମାନୁନଥିବା ଅଭିଯୋଗ କରି ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.