ନୟାଗଡ: STFକୁ ବଡ ସଫଳତା । ନୟାଗଡରେ ବଡ ଧରଣର ଧଳାଜହର ଧରପଗଡ କରିଛି ଏସଟିଏଫ୍ । ନୟାଗଡ଼ PWD ଲେନରେ ଚଢ଼ାଉ କଲା STF ଟିମ୍ । ଚଢ଼ାଉ ବେଳେ ଗୋଟିଏ ଘରୁ ୩ କିଲୋଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ 4 କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ କେ ଭିକି ରାଓ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ହେଲେ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଦାସ STF ଟିମକୁ ଚକମା ଦେଇ ଫେରାର ହୋଇଯାଇଛି । ଶିବ ପ୍ରସାଦ ୫ରୁ ୬ଟି ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି ।
![STFକୁ ବଡ଼ ସଫଳତା, ନୟାଗଡରୁ ୪ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ](https://etvbharatimages.akamaized.net/etvbharat/prod-images/od-bbs-01-stf-seized-avb-7203832_25012022114428_2501f_1643091268_429.jpg)
ଏଥିସହ ୬୫ ଲକ୍ଷ ନଗଦ ଟଙ୍କା ଏବଂ 3ଟି ପିସ୍ତଲ ସମେତ ୪୩ଟି ଅଫୁଟା ଗୁଳି ଜବତ କରିଛି ଟିମ୍ । ହେଲେ ଅଭିଯୁକ୍ତ STF ଟିମକୁ ଚକମା ଦେଇ ଫେରାର ହୋଇଯାଇଛି । କିଛିମାସ ଧରି ଅଭିଯୁକ୍ତ ସେଠାରେ ଭଡା ଘର ନେଇ ନିଜ ପରିବାର ସହ ରହୁଥିବା ସୂଚନା ମିଳିଛି ।
![STFକୁ ବଡ଼ ସଫଳତା, ନୟାଗଡରୁ ୪ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ](https://etvbharatimages.akamaized.net/etvbharat/prod-images/od-bbs-01-stf-seized-avb-7203832_25012022114428_2501f_1643091268_633.jpg)
ନୟାଗଡ଼ରୁ ଜୟେନ୍ଦ୍ର ବେହେରା ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ