ନୟାଗଡ଼: 500 ଟଙ୍କା ଲାଞ୍ଚ ଦିଅ ନଚେତ 5000 ଟଙ୍କା ଫାଇନ କଟାଯିବ l ଏମିତି କହୁଥିବା ଜଣେ ଲାଞ୍ଚୁଆ ହାବିଲଦାରଙ୍କ କାରନାମା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା l ଏଥିପାଇଁ ନୟାଗଡ଼ ପୋଲିସକୁ ବଦନାମ ହେବାକୁ ପଡିଥିଲା l
ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ ସମ୍ପୃକ୍ତ ହାବିଲଦାର ଜୟନ୍ତ କୁମାର ବେହେରାଙ୍କୁ ନିଲମ୍ବିତ କରିଛନ୍ତି l ଦଶପଲ୍ଲାର ଦୁର୍ଗା ବଜାରରେ ଗାଡିର ମାସ୍କ ଓ କାଗଜପତ୍ର ଚେକିଂ ହେଉଥିଲା l ସେ ସମୟରେ ଦଶପଲ୍ଲା ଥାନାର ହାବିଲଦାର ଜୟନ୍ତ କୁମାର ବେହେରା ଜଣେ ବାଇକ ଚାଳକକୁ ଚେକିଂ କରିଥିଲେ l
କାଗଜ ପତ୍ର ମାଗି ଦେଖିବାକୁ କହିଥିଲେ l କାଗଜ ପତ୍ର ଠିକ ନଥିବାରୁ ତାକୁ 500 ଟଙ୍କା ଲାଞ୍ଚ ମାଗିଥିଲେ l ଯଦି 500 ଟଙ୍କା ନଦେବୁ ତେବେ ତୋର 5000 ଟଙ୍କା ଫାଇନ କଟିବ ବୋଲି କହିଥିଲେ l ଭିଡ଼ିଓ ଭାଇରାଲ ପରେ ତଦନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ