ନୟାଗଡ: ‘ପରୀ’ ହତ୍ୟାକାଣ୍ଡର ତଦନ୍ତ ପାଇଁ ନୟାଗଡର ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ନେଇ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ନୟାଗଡ ଗସ୍ତ କରିଛନ୍ତି । ଜିଲ୍ଲା ସଦର ମହକୁମାରେ ଥିବା ସର୍କିଟ ହାଉସରେ ସେ ପରୀ ମୃତ୍ୟୁ ମାମଲା ନେଇ ଜିଲ୍ଲା ପୋଲିସ ପ୍ରଶାସନ ସହିତ ଆଲୋଚନା କରିଥିଲେ । ଏହା ପରେ ସେ ଯଦୁପୁର ଗାଁକୁ ଯାଇଥିଲେ । ଯେଉଁ ସ୍ଥାନରେ ପରୀର ଅପହରଣ ହୋଇଥିଲା ସେହି ସ୍ଥାନରେ ପହଞ୍ଚି ପାରିପାଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି ବୋଥ୍ରା l
ପରି ବାପାଙ୍କୁ ପଚାର ଉଚାର କରୁଥିବା ବେଳେ, ନୟାଗଡ଼ ପୋଲିସ ତଦନ୍ତରେ ସହଯୋଗ କରୁଛି l ତେବେ ପୂର୍ବରୁ ବୋଥ୍ରା ଅନେକ ବଡ଼ ବଡ଼ ଘଟଣାର ମହାଖୁଲାସା କରିଥିବା ବେଳେ ପରୀ ମୃତ୍ୟୁ ରହସ୍ୟର ମଧ୍ୟ ପର୍ଦ୍ଦାଫାସ୍ କରିବେ ବୋଲି ଆଶା ରଖିଛନ୍ତି ସ୍ଥାନୀୟଲୋକେ ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ