ETV Bharat / state

ପ୍ରଶାସନର ଦୃଷ୍ଟି ଆଢୁଆଳରେ ନୟାଗଡର ଶିମିଳି ଝରଣା - ନୟାଗଡ ରଣପୁର ଖବର

ରଣପୁର ବ୍ଲକ ଶରଣକୂଳ ନିକଟସ୍ଥ ଶିମିଳି ଝରଣାକୁ ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ ଜମୁଛି l ପ୍ରାକୃତିକ ପରିବେଶରେ ଝରଣାର ମଜା ନେଉଛନ୍ତି ଲୋକେ କିନ୍ତୁ ଲୋକଙ୍କୁ ମିଳୁନି ସୁବିଧା । ତେବେ ଜିଲ୍ଲା ପ୍ରଶାସନର ଦୃଷ୍ଟି କେବେ ପଡିବ। ଅଧିକ ପଢନ୍ତୁ …

simili waterfall neglected
ପ୍ରାକୃତିକ ପରିବେଶରେ ଶିମିଳି ଝରଣାର ମଜା ନେଉଛନ୍ତି ଲୋକେ, ଲୋକଙ୍କୁ ମିଳୁନି ସୁବିଧା
author img

By

Published : Feb 1, 2021, 4:20 PM IST

ନୟାଗଡ: ପ୍ରାକୃତିକ ପରିବେଶରେ ଝରଣାର ମଜା ନେଉଛନ୍ତି ଲୋକେ କିନ୍ତୁ ଲୋକଙ୍କୁ ମିଳୁନି ଉପଯୁକ୍ତ ସୁବିଧା । ଏ ଭଳି ଅବ୍ୟବସ୍ଥା ମଧ୍ୟରେ ପଡିଛି ନୟାଗଡ ଜିଲ୍ଲାର ଏକ ଲୋକପ୍ରିୟ ପିକନିକ ସ୍ପଟ ।

ପ୍ରାକୃତିକ ପରିବେଶରେ ଶିମିଳି ଝରଣାର ମଜା ନେଉଛନ୍ତି ଲୋକେ, ଲୋକଙ୍କୁ ମିଳୁନି ସୁବିଧା

ଜିଲ୍ଲାର ରଣପୁର ବ୍ଲକ ଶରଣକୂଳ ନିକଟସ୍ଥ ଶିମିଳି ଝରଣାକୁ ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ ଜମୁଛି l ପର୍ଯ୍ୟଟନ ଋତୁରେ ରାଜ୍ୟର ବହୁ ପ୍ରାନ୍ତରୁ ପର୍ଯ୍ୟଟକ ମାନେ ଏଠାରେ ଭିଡ଼ ଜମାଉଛନ୍ତି l ପ୍ରାକୃତିକ ପରିବେଶ ମଧ୍ୟରେ ଝରଣା କୂଳେ ଭୋଜି ଭାତ ଆସର ଜମାଉଛନ୍ତି ପର୍ଯ୍ୟଟକ l ମନୋରମ ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ବାନ୍ଧି ରଖିପାରୁଛି l କିନ୍ତୁ ଏଠାକୁ ଯିବାକୁ ଭଲ ରାସ୍ତା ନଥିବା ବେଳେ ଖାଲଖମାରେ ଭର୍ତ୍ତି ରାସ୍ତା ଦେଇ ଯିବାକୁ ପଡ଼େ l ଏଠାରେ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ମଧ୍ୟ ମିଳେ ନାହିଁ l

କିଛି ଦିନ ପୂର୍ବେ ନୟାଗଡ଼ରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ଏହାକୁ ଏକ ଇକୋ ଟୁରିଜିମରେ ପରିଣତ କରିବା ପାଇଁ ରଣପୁର ବିଧାୟକ ପ୍ରସ୍ତାବ ଦେଇଛନ୍ତି l ହେଲେ ଅଦ୍ୟାବଧି ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ନାହିଁ l ପ୍ରାଥମିକ ଭାବେ ଭଲ ରାସ୍ତା ଏବଂ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଦାବୀ କରିଛନ୍ତି ଲୋକେ l ତେବେ ଏହି ପର୍ଯ୍ୟଟନ ସ୍ଥଳ ପ୍ରତି ଜିଲ୍ଲା ପ୍ରଶାସନ ଉପଯୁକ୍ତ ଦୃଷ୍ଟି ଦେଲେ ପର୍ଯ୍ୟଟନର ଉନ୍ନତି ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.