ETV Bharat / state

ନୟାଗଡ଼ କେନ୍ଦୁଢିପି ହତ୍ୟାକାଣ୍ଡ: ୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ - ଆଜୀବନ କାରାଦଣ୍ଡାଦେଶ ଖବର

2016 ନୟାଗଡ଼ କେନ୍ଦୁଢିପି ହତ୍ୟାକାଣ୍ଡ ଘଟଣାର ଆଜି ଆସିଲା ରାୟ । 7 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଜିଲ୍ଲା ଓ ଦୌରା ଜଜ । ଅଧିକ ପଢନ୍ତୁ

seven-accused
ନୟାଗଡ଼ କେନ୍ଦୁଢିପି ହତ୍ୟାକାଣ୍ଡ: ୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
author img

By

Published : Feb 1, 2022, 10:51 PM IST

ନୟାଗଡ଼: 2016 ନୟାଗଡ଼ କେନ୍ଦୁଢିପି ହତ୍ୟାକାଣ୍ଡ ଘଟଣାର ଆଜି ଆସିଲା ରାୟ । 7 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଜିଲ୍ଲା ଓ ଦୌରା ଜଜ । ୨୦୧୬ ମସିହାରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କେନ୍ଦୁଢ଼ିପି ପୂର୍ବତନ ସମିତିସଭ୍ୟାଙ୍କ ସ୍ବାମୀ ନକୁଳ ବାଣ୍ଠଙ୍କୁ ହତ୍ୟା ଘଟଣାରେ ଆଜି ଜିଲ୍ଲା ଓ ଦୌରା ଜଜ୍ ରୁପଶ୍ରୀ ଚୌଧୁରୀ ୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

ନୟାଗଡ଼ କେନ୍ଦୁଢିପି ହତ୍ୟାକାଣ୍ଡ: ୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଅଭିଯୁକ୍ତମାନେ ହେଲେ ଖଇରପଟି ଗାଁର ବସନ୍ତ ସିଠ, ଭଗବାନ ଦଳବେହେରା, ଶୁକଦେବ ରାଉତ, ପ୍ରକାଶ ପରିଡ଼ା, ଶେଷଦେବ ନାୟକ, ଶୁଭ୍ରାଶ୍ମୀ ରାଉତ ଓ କେନ୍ଦୁଢ଼ିପି ଗ୍ରାମର ଧୃବଚରଣ ଜେନା । ୨୦୧୬ ମସିହା ଫେବୃୟାରୀ ୧୩ ତାରିଖରେ ନକୁଳ ବାଇକ ଯୋଗେ ଗାଁକୁ ଫେରୁଥିବା ବେଳେ ତାଙ୍କ ଉପରେ କେସ୍ତପଡ଼ା ଶ୍ମଶାନ ପାଖରେ ଅତର୍କିତ ଆକ୍ରମଣ ହୋଇଥିଲା । ଦୁବୃର୍ତ୍ତମାନେ ତାଙ୍କୁ ଗହୀର ମଝିରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ତାଙ୍କ ଆଖି ମଧ୍ୟ ତାଡ଼ି ଦେଇଥିଲେ । ଏହି ଆକ୍ରମଣରେ ନକୁଳଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।

ଏହି ମାମଲାର ବିଚାର କରି ନୟାଗଡ଼ ଜିଲ୍ଲା ଜଜ୍ ଆଜି ୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ବିଷ୍ଣୁପ୍ରସାଦ ମହାପାତ୍ର ପରିଚାଳନା କରୁଥିଲେ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.