ETV Bharat / state

ସେବାର ମୂର୍ତ୍ତିମନ୍ତ ପ୍ରତୀକ ସେବା ଉତ୍ସବ ସମିତି: ଅପହଞ୍ଚ ଇଲାକାରେ ଯୋଗାଉଛନ୍ତି ସେବା - ସେବା ଉତ୍ସବ

କିଛି ଯୁବକଙ୍କୁ ନେଇ ଆରମ୍ଭ ହୋଇଥିବା ‘‘ସେବା ଉତ୍ସବ ସମିତି’’ ବେସାହାରଙ୍କୁ ଦେଉଛନ୍ତି ଆଶ୍ରୟ । ନୟାଗଡର ଏହି ସଂଗଠନ ଉପାନ୍ତ ଅଞ୍ଚଳ ତଥା ଗରିବ ଦୁଖିଙ୍କ ଠାରେ ସମସ୍ତ ସେବା ପହଞ୍ଚାଇ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ । ଅଧିକ ପଢନ୍ତୁ...

ସେବାର ମୂର୍ତ୍ତିମନ୍ତ ପ୍ରତୀକ ସେବା ଉତ୍ସବ ସମିତି: ଅପହଞ୍ଚ ଇଲାକାରେ ଯୋଗାଉଛନ୍ତି ସେବା

author img

By

Published : Nov 4, 2021, 5:40 PM IST

ନୟାଗଡ: ଯୁବକ ମାନେ ଚାହିଁଲେ ସମାଜର ଅନେକ କିଛି ପରିବର୍ତ୍ତନ କରିପାରିବେ । ସେମାନଙ୍କ ଆଗରେ ଅସମ୍ଭବ ଶବ୍ଦ ବହୁଦୂର । ଏମିତି କିଛି ଯୁବକ ଆଗକୁ ଆସିଛନ୍ତି ଯେଉଁମାନେ ଅସହାୟ, ନିରାଶ୍ରୟଙ୍କ ମୁହଁରେ ହସ ଟିକିଏ ଫୁଟାଇବା ପାଇଁ ପ୍ରାଣପ୍ରାଣେ ଉଦ୍ୟମରତ । ନିଜ ପକେଟ ଖର୍ଚ୍ଚ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସାହାଯ୍ୟ ମାଗି ଗରିବଙ୍କୁ ସେବା ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଏମାନେ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୫ ବର୍ଷ ଧରି ନୟାଗଡ ଜିଲ୍ଲାରେ ଅସହାୟ ଏବଂ ଦୁଃଖିଙ୍କୁ ସେବା ଯୋଗାଇ ଆସୁଛି ‘‘ସେବା ଉତ୍ସବ’’ ।

ସେବାର ମୂର୍ତ୍ତିମନ୍ତ ପ୍ରତୀକ ସେବା ଉତ୍ସବ ସମିତି: ଅପହଞ୍ଚ ଇଲାକାରେ ଯୋଗାଉଛନ୍ତି ସେବା

ଏହି ସେବା ଉତ୍ସବର ଅଧ୍ୟକ୍ଷ ହେଉଛନ୍ତି ଯୁବ ସମାଜସେବୀ ଶିବରାମ ମହାପାତ୍ର । ଶିବରାମ ଯୁବକ ମାନଙ୍କୁ ଏକାଠି କରି ଅପହଞ୍ଚ ଇଲାକାରେ ଯୋଗାଉଛନ୍ତି ସେବା । ଯାହାକୁ ନେଇ ସମଗ୍ର ଜିଲ୍ଲାରୁ ତାଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ । ଏପରିକି ସୋସିଆଲ ମିଡିଆରେ ତାଙ୍କୁ ମିଳୁଛି ଢେର ସମର୍ଥନ l ସାଙ୍ଗରେ କେତେକ ଯୁବ ସ୍ବେଛାସେବୀଙ୍କୁ ନେଇ ପ୍ରତିବର୍ଷ ଦୀର୍ଘ ୧୫ ଦିନ ଧରି ଆୟୋଜନ କରୁଛନ୍ତି ସେବା ଉତ୍ସବ । ଜିଲ୍ଲାର ଯେଉଁସବୁ ଅଞ୍ଚଳରେ ପ୍ରଶାସନ କିମ୍ବା ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ ସେହିସବୁ ଅନୁନ୍ନତ ଅଞ୍ଚଳର ଗାଁକୁ ଗାଁ ବୁଲି ବସ୍ତ୍ର, ଔଷଧ ଏବଂ ଖାଦ୍ୟ ବଣ୍ଟନ କରୁଛନ୍ତି ଏହି ଯୁବକ ମାନେ । ପ୍ରଥମେ ସେବା ପାଇବାକୁ ନିହାତି ଯୋଗ୍ୟ ବ୍ୟକ୍ତିଙ୍କ ଏକ ଚିଠା ପ୍ରସ୍ତୁତ କରନ୍ତି ଏମାନେ । ପରେ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଣାଯାଏ ସାମଗ୍ରୀ ଏବଂ ବଣ୍ଟନ ମଧ୍ୟ କରାଯାଏ l

ଚଳିତ ବର୍ଷ ଜିଲ୍ଲାର ୮ ଟି ଯାକ ବ୍ଲକର ଅନୁନ୍ନତ ଅଞ୍ଚଳ ଏବଂ କଷ୍ଟସାଧ୍ୟ ଜୀବନ ବିତାଉଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ପାଖରେ ପହଞ୍ଚିଛନ୍ତି ଏହି ଯୁବକ ମାନେ । ଯେଉଁ ଯାଗାକୁ ଗାଡି କିମ୍ବା ସାଇକେଲ ଯାଇପାରୁ ନାହିଁ ସେହିସବୁ ଜାଗାକୁ ଚାଲି ଚାଲି ପହଞ୍ଚି ଯାଆନ୍ତି ଏହି ସ୍ବେଛାସେବୀ ମାନେ । ତେବେ ତାଙ୍କର ଏହିସବୁ କାମକୁ ସାମାଜିକ ଗଣମାଧ୍ୟମରେ ଢେର ପ୍ରଶଂସା କରୁଛନ୍ତି ଅନେକ ଲୋକ । ଯେତିକି ଅର୍ଥ ଖର୍ଚ୍ଚ କରାଯାଇ ମହୋତ୍ସବ ମାନଙ୍କରେ ଆମୋଦ ପ୍ରମୋଦ କରାଯାଉଛି ସେତିକି ଅର୍ଥ ଖର୍ଚ୍ଚ କରି ଶତାଧିକ ଗରିବଙ୍କ ମୁଁହରେ ହସ ଫୁଟାଇବା ମୂଳ ଲକ୍ଷ୍ୟ ଏହି ଯୁବକ ମାନଙ୍କର ।

ବର୍ତ୍ତମାନ ସମୟରେ ପଥଭ୍ରଷ୍ଟ ଯୁବକ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏହି ଯୁବକ ମାନେ । ଅଧିକାରକୁ ସାବ୍ୟସ୍ତ କରିବା ସହ ସେବାକୁ ନିଜର କର୍ତ୍ତବ୍ୟ ଭାବି ଏମାନେ ଯୋଗାଉଛନ୍ତି ସେବା । ଏଭଳି କାର୍ଯ୍ୟ କରି ସେବାର ମୂର୍ତ୍ତିମନ୍ତ ପ୍ରତୀକ ସାଜିଛି ସେବା ଉତ୍ସବ ସମିତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.