ETV Bharat / state

ବୋମା ମାଡ କରି ନୟାଗଡରେ ସିରିଜ ଲୁଟ୍‌ - ଗୋଟିଏ ଦିନରେ ସୁନାହଗଣା ସହ ଲକ୍ଷାଧିକ ଟଙ୍କା ଲୁଟ

ନୟାଗଡ ଶରଣକୁଳ ଥାନା ଅଞ୍ଚଳରେ ସିରିଜ ଲୁଟ । ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଟଙ୍କା ସହ ସୁନାଗହଣା ଲୁଟିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ନୟାଗ଼ଡରେ ସିରିଜ ଲୁଟ
ନୟାଗ଼ଡରେ ସିରିଜ ଲୁଟ
author img

By

Published : Jul 20, 2022, 1:58 PM IST

ନୟାଗଡ: ଶରଣକୁଳ ଥାନା ଅଞ୍ଚଳରେ ସିରିଜ ଲୁଟ । ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଟଙ୍କା ସହ ସୁନାଗହଣା ଲୁଟିଲେ ଦୁର୍ବୃତ୍ତ । ଗୋଡିପଡା ଛକରେ ଥିବା ମହାଲକ୍ଷ୍ମୀ ଜୁଏଲାରୀ ଦୋକାନରୁ ଲୁଟ କରିବା ସହ ଗୋଡ଼ିପଡା ନିକଟସ୍ଥ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ । ଖବରପାଇ ପୋଲିସ ଘଟଣାସ୍ଥରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ନୟାଗ଼ଡରେ ସିରିଜ ଲୁଟ

ସୂଚନାଅନୁସାରେ, ନୟାଗଡ଼ ଶରଣକୁଳ ଥାନା ଅନ୍ତର୍ଗତ ଗୋଡିପଡା ଛକରେ ଗତକାଲି(ମଙ୍ଗଳବାର) ବୋମାମାଡ଼ କରି ମହାଲକ୍ଷ୍ମୀ ଜୁଏଲାରୀ ଦୋକାନରୁ 300ଗ୍ରାମ ସୁନା ଶହ 3କେଜି ରୁପା ଲୁଟିନେଇଛନ୍ତି ୩ ଦୁର୍ବୃତ୍ତ । ମୁହଁରେ ମାସ୍କ ସାଙ୍ଗକୁ ହେଲମେଟ ପିନ୍ଧି ଅପରାହ୍ନରେ ୩ ଜଣ ଲୁଟେରା ଗୋଡିପଡା ସ୍ଥିତ ମହାଲକ୍ଷ୍ମୀ ଜୁଏଲାରୀରୁ ଏହି ଲୁଟ କରିଥିବା ବେଳେ ଲୁଟେରାଙ୍କ ବୋମାମାଡ଼ରେ ସୁନାବ୍ୟବସାୟୀ ଜଣଙ୍କ ଆହତ ହୋଇଛନ୍ତି ।

ଅନ୍ୟପଟେ ଏହି ଲୁଟେରା ମାନେ ଗୋଡ଼ିପଡା ଠାରୁ ୨ କିମି ଦୂରରେ ଅବସ୍ଥିତ ଏକ ପେଟ୍ରୋଲ ପମ୍ପରୁ ମଧ୍ୟ ବନ୍ଧୁକ ଦେଖାଇ 50 ହଜାର ଟଙ୍କା ଲୁଟିନେଇଥିବା ଦେଖିବାକୁ ମିଳିଛି । ଲୁଟ ଘଟଣା ପରେ ଘଟଣାସ୍ଥଳରେ ଶରଣକୁଳ SDPO ଓ ଶରଣକୁଳ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.