ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ ସାନଜିରିବାସୀ, ବିଡିଓଙ୍କୁ ଲିଖିତ ଅଭିଯୋଗ - ମୌଳିକ ସୁବିଧାରୁ ବଞ୍ଚିତ ସାନଜିରିବାସୀ

ମୌଳିକ ସୁବିଧାରୁ ବଞ୍ଚିତ ନୟାଗଡ ଜିଲ୍ଲା ସାନଜିରି ଗ୍ରାମର ଲୋକେ । ଏନେଇ ନୂଆଗାଁ ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରାଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

sanajiri villagers deprived of basic amenities in nayagarh
ମୌଳିକ ସୁବିଧାରୁ ବଞ୍ଚିତ ସାନଜିରିବାସୀଙ୍କ ବିଡିଓଙ୍କୁ ଅଭିଯୋଗ
author img

By

Published : Nov 17, 2020, 8:33 AM IST

ନୟାଗଡ଼: ମୌଳିକ ସୁବିଧାରୁ ବଞ୍ଚିତ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ଅଧିନରେ ଥିବା ସାନଜିରି ଗ୍ରାମର ଲୋକେ । ଏନେଇ ନୂଆଗାଁ ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା ଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସାନଜିରି ଆଦିବାସୀ ଗ୍ରାମରେ ୧୦୦ ରୁ ଉର୍ଦ୍ଧ୍ବ ଆଦିବାସୀ ଲୋକ ବସବାସ କରନ୍ତି l

ମୌଳିକ ସୁବିଧାରୁ ବଞ୍ଚିତ ସାନଜିରିବାସୀଙ୍କ ବିଡିଓଙ୍କୁ ଅଭିଯୋଗ

ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ , ଖଲି ପ୍ରସ୍ତୁତ ଏବଂ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଏହି ଗ୍ରାମର ଲୋକମାନେ ପରିବାର ପ୍ରତି ପୋଷଣ କରିଥାନ୍ତି l ମାତ୍ର ଗ୍ରାମକୁ ପକ୍କା ରାସ୍ତା ଟିଏ ନଥିବା ଯୋଗୁଁ ଲୋକମାନେ ଜଙ୍ଗଲିଆ ରାସ୍ତାରେ ଯାତାୟାତ କରିଥାନ୍ତି l ଯାହାଫଳରେ ବର୍ଷା ଦିନେ ଏହି ଗ୍ରାମଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥାଏ l ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ସେବା କିମ୍ବା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ପାଇବାରୁ ମଧ୍ୟ ଲୋକମାନେ ବଞ୍ଚିତ ହେଉଛନ୍ତି l

୬୦ ବର୍ଷ ଅତିକ୍ରାନ୍ତ ହୋଇଥିବା ବୟସ୍କ ବ୍ୟକ୍ତି ଏବଂ ମହିଳା ଭତ୍ତା ଏବଂ ଇନ୍ଦିରା ଆବାସ ଯୋଜନାରୁ ଅଧିକାଂଶ ଲୋକ ବଞ୍ଚିତ ହୋଇଛନ୍ତି l ଏଭଳି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଲୋକମାନେ ଏନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.