ETV Bharat / state

ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନକୁ ତୁରନ୍ତ ଦୃଷ୍ଟି ଦେବାକୁ ଦାବି

author img

By

Published : Nov 13, 2020, 5:37 PM IST

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତ ସମ୍ପଡ଼ା ଠାରୁ କାଣିଗିରି ପର୍ଯ୍ୟନ୍ତ ଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ମରଣଯନ୍ତା ପାଲଟିଛି l ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟିଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟିଦେବାକୁ ଦାବି

ନୟାଗଡ଼: ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତ ସମ୍ପଡ଼ା ଠାରୁ କାଣିଗିରି ପର୍ଯ୍ୟନ୍ତ ଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ମରଣଯନ୍ତା ପାଲଟିଛି l ଏହି ରାସ୍ତାରେ ଦୈନିକ ଶତାଧିକ ଲୋକେ ଯିବାଆସିବା କରିଥାନ୍ତି l ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ ।

ଏହି ରାସ୍ତା କାମ 2013 ମସିହାରୁ ଆରମ୍ଭ ହୋଇ 2018 ମସିହାରେ ସରିଥିଲା l ନିର୍ମାଣର ମାତ୍ର 5 ବର୍ଷ ପରେ ରାସ୍ତାରୁ ପିଚୁ ଉଠିଯାଇ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ଖାଲଢିପ ରାସ୍ତାଦେଇ ପ୍ରତିଦିନ ଶହ ଶହ ଲୋକେ ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ।

ସେହିପରି ରାସ୍ତା ଖରାପ ଥିବାରୁ ଗାଁକୁ ଜରୁରିକାଳୀନ ସେବା ଠିକ୍ ସମୟରେ ପହଞ୍ଚିପାରୁ ନ ଥିବା ଅଭିଯୋଗ ଆସିଛି । ଅନ୍ୟପଟେ ଯେଉଁ ଠିକାଦାର ରାସ୍ତାକାମ କରିଥିଲେ ତାଙ୍କସହ କୌଣସି ଯୋଗାଯୋଗ ହୋଇପାରୁ ନାହିଁ । ଫଳରେ ଦୀର୍ଘଦିନ ହେବ ରାସ୍ତାଟି ମରଣଯନ୍ତା ସଦୃଶ ପାଲଟିରହିଛି l ତେବେ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ରାସ୍ତାକାମ ସମ୍ପୂର୍ଣ୍ଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.