ETV Bharat / state

ଚଢ଼ିଗଲା ଧାନବୋଝେଇ ଟ୍ରକ; ଜଣେ ମୃତ, ଜଣେ ଗୁରୁତର

ନୟାଗଡ ଜିଲ୍ଲା ଓଡଗାଁ ଦଲକ ଛକ ନିକଟରେ ବାଇକ ଆରୋହୀଙ୍କୁ ଟ୍ରକ ଧକ୍କା ଦେବା ଫଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jan 24, 2021, 9:03 AM IST

ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ
ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ

ନୟାଗଡ: ଜିଲ୍ଲାର ଓଡଗାଁ ଦଲକ ଛକ ନିକଟରେ ଅଘଟଣ । ଜଣେ ବାଇର ଆରୋହୀଙ୍କ ଉପରେ ଏକ ଧାନ ବୋଝେଇ ଟ୍ରକ ଚଢିଯିବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ଜଣଙ୍କର ମୃତ୍ୟୁ ହୋଇଛି ।

ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ

ସୂୂଚନାନୁସାରେ, ଓଡ଼ଗାଁ ଦଲକ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଗୋଟିଏ ଧାନ ବେଝେଇ ଟ୍ରକ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଇଟାମାଟି ଥାନା ବାଉଁଶିଆପଡ଼ାର ଅନ୍ତର୍ଯ୍ୟାମୀ ସାହୁ ।

ଅନ୍ୟପକ୍ଷେ ଏହି ଦୁର୍ଘଟଣାରେ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଓଡ଼ଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି l ଘଟଣାସ୍ଥଳରେ ସ୍ଥାନୀୟ ଓଡ଼ଗାଁ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାସ୍ଥଳରୁ ଧାନବୋଝେଇ ଟ୍ରକକୁ ଜବତ କରିଛି । ଘଟଣାର ତଦନ୍ତ ଜାରି ରଖିଛି ଓଡଗାଁ ପୋଲିସ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.