ETV Bharat / state

ନୟାଗଡରେ ରଜର ଆସର, କୁଆଁରୀଙ୍କ ଖିଲିଖିଲି ହସରେ କମ୍ପୁଛି ଗାଁ ଦାଣ୍ଡ

author img

By

Published : Jun 16, 2022, 2:12 PM IST

ଆଜି ରଜର ତୃତୀୟ ଦିନ ବା ଶେଷ ରଜ । ଚାରିଆଡେ ଦୋଳି, ପୋଡ଼ପିଠା ଓ ପାନରେ ପାଳିତ ହେଉଛି ଓଡ଼ିଶାର ଗଣପର୍ବ ରଜ । ନୟାଗଡରେ ମଧ୍ୟ ଧୁମଧାମରେ ପାଳନ ହେଉଛି ରଜପର୍ବ । ଅଧିକ ପଢନ୍ତୁ

ନୟାଗଡରେ ରଜର ଆସର, କୁଆଁରୀଙ୍କ ଖିଲିଖିଲି ହସରେ କମ୍ପୁଛି ଗାଁ ଦାଣ୍ଡ
ନୟାଗଡରେ ରଜର ଆସର, କୁଆଁରୀଙ୍କ ଖିଲିଖିଲି ହସରେ କମ୍ପୁଛି ଗାଁ ଦାଣ୍ଡ

ନୟାଗଡ଼: ଆଜି ରଜର ତୃତୀୟ ଦିନ ବା ଶେଷ ରଜ । ଚାରିଆଡେ ଦୋଳି, ପୋଡ଼ପିଠା ଓ ପାନରେ ପାଳିତ ହେଉଛି ଓଡ଼ିଶାର ଗଣପର୍ବ ରଜ । ତେବେ ନୟାଗଡରେ ମଧ୍ୟ ଧୁମଧାମରେ ପାଳନ ହେଉଛି ରଜପର୍ବ । ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ଶୃଙ୍ଗାର କରି ରଜ ଦୋଳିର ଆନନ୍ଦ ଉଠାଉଛନ୍ତି କୁଆଁରୀ ଝିଅ । ବର୍ଷକୁ ଥରେ ଆସୁଥିବା ଏହି ରଜ ପର୍ବକୁ କେହି ହାତଛଡା କରିବାକୁ ଚାହିଁନାହାନ୍ତି । କୁଆଁରୀ ମାନେ ସଜବାଜ ହୋଇ ଦୋଳି ଖେଳର ମଜା ନେଉଥିବାବେଳେ ପୁରୁଷମାନେ ଗାଁ ଦାଣ୍ଡରେ ତାସ୍‌ ଖେଳରେ ମସଗୁଲ ରହୁଛନ୍ତି ।

ରଜଗୀତ ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ । ପରି କୁଆଁରୀମାନଙ୍କ ମିଳିତ ସହଯୋଗରେ ରଜ ଦୋଳି ଗୀତରେ ଫାଟିପଡୁଛି ଗାଁ ଦାଣ୍ଡ, ଆମ୍ବ ତୋଟା, ଖଳା ବାରୀ । କୁଆଁରୀଙ୍କ ମଥାରେ ଚନ୍ଦନଟିପା, ହାତରେ ମେହେନ୍ଦି, ପାଦରେ ଅଳତା ସାଙ୍ଗକୁ ରଜପାନ ଖାଇ ନାଲିଆ ଓଠକରି ସାଙ୍ଗହୋଇ ପୁଚି ଖେଳ, କଉଡ଼ି ଖେଳ, ତାସ୍ ଖେଳରେ ମଜ୍ଜି ରଜପର୍ବର ମଜ୍ଜା ଉଠାଇ ଖିଲି ଖିଲି ହସରେ ଫାଟିପଡୁଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଫତେଗଡ ଗାଁ । ଏହାଛଡା ଘରେ ଘରେ ପୋଡପିଠା, କାକରା, ଆରିସା, ଏଣ୍ଡୁରି ପିଠା ରଜପର୍ବର ଏହି ଖୁସିକୁ ଦୁଇ ଗୁଣିତ କରିଦେଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.