ETV Bharat / state

ନୟାଗଡରେ ଅଘୋଷିତ ବିଦ୍ୟୁତ କାଟ, ବଢୁଛି ଜନ ଅସନ୍ତୋଷ - ନୟାଗଡ ବିଦ୍ୟୁତ କାଟ

ନୟାଗଡ଼ରେ ବିଭିନ୍ନ ସମୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ନେଇ ସାଧାରଣରେ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ...

ନୟାଗଡରେ ଅଘୋଷିତ ବିଦ୍ୟୁତ କାଟ, ବଢୁଛି ଜନ ଅସନ୍ତୋଷ

author img

By

Published : Jun 11, 2021, 7:42 AM IST

ନୟାଗଡ଼: ଲୋ ଭୋଲ୍ଟେଜ ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ଲାଇନ କଟିବା ନୟାଗଡ଼ରେ ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ଖୋଦ ନୟାଗଡ଼ ସଦର ମହକୁମାରେ ଏପରି ଅବସ୍ଥାକୁ ନେଇ ଲୋକେ ଅସନ୍ତୋଷ ଜାହିର କରୁଛନ୍ତି । ବିଦ୍ୟୁତ ସରବରାହରେ ଘୋର ବିଭ୍ରାଟ କାରଣରୁ ଉପଭୋକ୍ତା ଘୋର ହନ୍ତସନ୍ତ ହେଉଛନ୍ତି ।

ନୟାଗଡରେ ଅଘୋଷିତ ବିଦ୍ୟୁତ କାଟ, ବଢୁଛି ଜନ ଅସନ୍ତୋଷ

ଅନ୍ୟପକ୍ଷରେ ବିଦ୍ୟୁତ ଦରବୃଦ୍ଧି ଅସହ୍ୟ ହେଉଥିଲେ ମଧ୍ୟ ଉପଭୋକ୍ତା ବିଲ ପୈଠ କରୁଛନ୍ତି । କିନ୍ତୁ ସମପରିମାଣରେ ସଠିକ ବିଦ୍ୟୁତ ସେବା ପାଉନାହାନ୍ତି । ସାମାନ୍ୟ ବର୍ଷା ହେଲେ କିମ୍ବା ପବନ ଆସିଲେ ଲାଇନ କାଟି ଦିଆଯାଉଛି l ଅଘୋଷିତ ବିଦ୍ୟୁତ କାଟ ନିତିଦିନିଆ ଘଟଣାରେ ପରିଣତ ହୋଇଛି l ନୟାଗଡ଼ ସହରରେ ଯଦି ଏପରି ଅବସ୍ଥା ତାହାଲେ ଗ୍ରାମାଞ୍ଚଳର ଲୋକମାନେ ବିଦ୍ୟୁତ ସେବା କିପରି ପାଉଥିବେ ଏଥିରୁ ସ୍ପଷ୍ଟ ବାରି ହେଉଛି । ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ ଏନେଇ କ୍ଷୋଭ ପ୍ରକାଶ କରିବା ସହ ନୟାଗଡ଼ବାସୀଙ୍କ ସମସ୍ୟା କେହି ବୁଝୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ସମାଧାନ ପାଇଁ ସେ ଦାବି ଜଣାଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.