ETV Bharat / state

ବିଦ୍ୟୁତ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ - ବିଦ୍ୟୁତ ସମସ୍ୟା

ନୟାଗଡ଼ ଜିଲ୍ଲାରେ ବିଦ୍ୟୁତ ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଛି l ଏଥିପାଇଁ ସାଧାରଣଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଅଧିକ ପଢନ୍ତୁ...

protest-over-elictrical-problem in Nayagarh
ବିଦ୍ୟୁତ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ
author img

By

Published : Jun 11, 2021, 8:45 AM IST

ନୟାଗଡ଼: ଜିଲ୍ଲାରେ ବିଦ୍ୟୁତ ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଛି l ଏଥିପାଇଁ ସାଧାରଣଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବୁଧବାର ଦିନ ୨ଟା ପରଠାରୁ ଲାଠିପଡ଼ା ବିଦ୍ୟୁତ୍ ସବଷ୍ଟେସନ ଦ୍ୱାରା ବିଦ୍ୟୁତ୍ ଯୋଗାଣ ହେଉଥିବା ୪ଟି ପଞ୍ଚାୟତରେ ଅନ୍ଧାକାର ପରିସ୍ଥିତି ସୃଷ୍ଟି ହୋଇଛି l ସବଷ୍ଟେସନରେ ବିଦ୍ୟୁତ୍ ସମସ୍ୟା ଦେଖା ଦେବାରୁ ବାରମ୍ବାର ବିଦ୍ୟୁତ୍ କାଟ କରାଯିବା ଏବଂ ୫ଟି ଟ୍ରାନସ୍ପଫର୍ମରକୁ ବିଦ୍ୟୁତ୍ ଯୋଗାଣ ଦେଇ ଅନ୍ୟକୁ ବିଚ୍ଛିନ୍ନ କରାଯାଇଛି ।

ବିଦ୍ୟୁତ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ

ଫଳରେ ବୁଧବାର ରାତିସାରା ଅନ୍ଧକାର ପରିସ୍ଥିତି ଦେଇ ଲାଠିପଡ଼ା, ଗମ୍ଭାରିଡିହି, ଇକିରି ଏବଂ ନୋତର ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ କାଳାତିପାତ କରିଛନ୍ତି । ଯାହାକୁ ନେଇ ଗତକାଲି ସନ୍ଧ୍ୟା ସମୟରେ ଲାଠିପଡ଼ାଠାରେ ଶହ ଶହ ସଂଖ୍ୟାରେ ଲୋକ ରାସ୍ତାରୋକ କରିବା ସହ ବିଦ୍ୟୁତ୍ ସବଷ୍ଟେସନ ଘେରାଉ କରିଛନ୍ତି ।

ମଜୁରିଆପଲ୍ଲୀ ଦର୍ପନାରାୟଣପୁର ରାସ୍ତାକୁ ଟାୟାର ଜାଳି ଅବରୋଧ କରାଯାଇଥିଲା l ପରେ ପୋଲିସ ପହଞ୍ଚି ବୁଝାସୁଝା କରିବାରୁ ଆନ୍ଦୋଳନ ବନ୍ଦ ହୋଇଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.