ନୟାଗଡ଼: କାର୍ଯ୍ୟରୁ ଛଟେଇ ହୋଇଥିବା ବିଭିନ୍ନ ସରକାରୀ ବିଦ୍ୟାଳୟ କମ୍ପ୍ୟୁଟର ଶିକ୍ଷକ ତଥା ବିଦ୍ୟାଳୟ ସଂଯୋଜକଙ୍କୁ ପୁନଃ ନିଯୁକ୍ତି ଦାବିରେ ନୟାଗଡ଼ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।
ଇ ବିଦ୍ୟାଳୟ ଯୋଜନାରେ ରାଜ୍ୟ ସରକାର ଏମାନଙ୍କୁ ସରକାରୀ ବିଦ୍ୟାଳୟମାନଙ୍କରେ ବିଦ୍ୟାଳୟ ସଂଯୋଜକ ଭାବେ ନିଯୁକ୍ତି ଦେଇଥିବାବେଳେ, ଗତ 2019ରେ ଏହି ଶିକ୍ଷକଙ୍କୁ ସରକାରୀ ଚାକିରିରୁ ଛଟେଇ କରିଛନ୍ତି । ଫଳରେ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଥିବା ବେଳେ ସଂଯୋଜକମାନେ ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି । ତେଣୁ, ଏମାନଙ୍କୁ ପୁନଃ ଥାଇଥାନ ପାଇଁ ଦାବି କରି ଜିଲ୍ଲାର ପାଖାପାଖି 40 ଜଣ ବିଦ୍ୟାଳୟ ସଂଯୋଜକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ