ETV Bharat / state

ଅଭିଯୋଗ ପରେ ଅପହରଣ ବ୍ୟକ୍ତିଙ୍କୁ ଉଦ୍ଧାର କଲା ପୋଲିସ

କାଜୁଜଙ୍ଗଲ ବିବାଦକୁ ନେଇ ଦୁଇ ଜଣ ଯୁବକଙ୍କୁ ଅପହରଣ ଅଭିଯୋଗ ପରେ ଉଦ୍ଧାର କଲା ପୋଲିସ l ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଶରଣକୁଳ ଥାନା ଯାକେଡ଼ା ଗାଁରେ l ଅଧିକ ପଢନ୍ତୁ...

ଅଭିଯୋଗ ପରେ ଅପହରଣ ବ୍ୟକ୍ତିଙ୍କୁ ଉଦ୍ଧାର କଲା ପୋଲିସ
ଅଭିଯୋଗ ପରେ ଅପହରଣ ବ୍ୟକ୍ତିଙ୍କୁ ଉଦ୍ଧାର କଲା ପୋଲିସ
author img

By

Published : Apr 25, 2021, 2:16 PM IST

ନୟାଗଡ଼: କାଜୁଜଙ୍ଗଲ ବିବାଦକୁ ନେଇ ଦୁଇ ଜଣ ଯୁବକଙ୍କୁ ଅପହରଣ ଅଭିଯୋଗ ପରେ ଉଦ୍ଧାର କଲା ପୋଲିସ l ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଶରଣକୁଳ ଥାନା ଯାକେଡ଼ା ଗାଁରେ l ପୂର୍ବରୁ କାଜୁ ଜଙ୍ଗଳକୁ ନେଇ ଯାକେଡ଼ା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା l ଶୁକ୍ରବାର ରାତିରେ ଅସବର୍ଣ୍ଣ ସାହି ମଧ୍ୟକୁ ଯାଇ ଦୁଇ ଜଣ ଯୁବକକୁ ଉଠାଇ ଆଣିଥିଲେ ସବର୍ଣ୍ଣ ସାହିର ଲୋକେ l ଏଭଳି ଅଭିଯୋଗ କରିଥିଲେ ଅସବର୍ଣ୍ଣ ସାହିର ଲୋକେ l

ଅଭିଯୋଗ ପରେ ଅପହରଣ ବ୍ୟକ୍ତିଙ୍କୁ ଉଦ୍ଧାର କଲା ପୋଲିସ

ତେବେ ଅପହରଣ ହୋଇଥିବା 2 ବ୍ୟକ୍ତି ହେଲେ ବୁଧିବାମନ ନାଏକ ଓ ମଣି ନାଏକ l ଉଭୟଙ୍କୁ ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କେଉଁଠାରେ ହେଲେ ପାଇନଥିଲେ l ଶେଷରେ ଶନିବାର ସକାଳ 9ଟାରୁ ଶରଣକୂଳ ଥାନାରେ ଅଭିଯୋଗ କରିଥିଲେ ଲୋକେ l ସନ୍ଧ୍ୟା ସୁଦ୍ଧା କୌଣସି ସୁଫଳ ନମିଳିବାରୁ ନୟାଗଡ SP ଅଫିସ ସମ୍ମୁଖରେ ଲୋକମାନେ ଧାରଣାରେ ବସିଥିଲେ l ତେବେ ରାତିରେ ଦୁଇ ଜଣ ଯୁବକଙ୍କୁ ପୋଲିସ ଉଦ୍ଧାର କରି ଶରଣକୁଳ ଥାନାରେ ରଖି ଅଧିକ ତଦନ୍ତ ଚଳାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.