ETV Bharat / state

ନୟାଗଡ଼ ରେଳ ଷ୍ଟେସନରେ ମଦ୍ୟପଙ୍କ ଲଙ୍କାକାଣ୍ଡ; 10 ଗିରଫ, ପୋଲିସ କନେଷ୍ଟବଳ ନିଲମ୍ବିତ

author img

By

Published : Apr 13, 2021, 7:30 AM IST

Updated : Apr 13, 2021, 8:50 AM IST

ଗତକାଲି ନୟାଗଡ ରେଳ ଷ୍ଟେସନରେ ଭଙ୍ଗାରୁଜା କରି ଷ୍ଟେସନ ମାଷ୍ଟରଙ୍କୁ ମାଡ ମାରିବା ଅଭିଯୋଗରେ ଶେଷରେ ଗିରଫ ହୋଇ ଚାକିରୀ ହରାଇଲେ ପୋଲିସ କନେଷ୍ଟବଳ । ଅଧିକ ପଢନ୍ତୁ...

ନୟାଗଡ଼ ରେଳ ଷ୍ଟେସନରେ ମଦ୍ୟପଙ୍କ ଲଙ୍କାକାଣ୍ଡ
ନୟାଗଡ଼ ରେଳ ଷ୍ଟେସନରେ ମଦ୍ୟପଙ୍କ ଲଙ୍କାକାଣ୍ଡ

ନୟାଗଡ଼: ମହଙ୍ଗା ପଡିଲା ରେଳ ଷ୍ଟେସନରେ କିଛି ମଦ୍ୟପ ଭଙ୍ଗାରୁଜା ଘଟଣା । ଗତକାଲି ନୟାଗଡ ରେଳ ଷ୍ଟେସନରେ ଭଙ୍ଗାରୁଜା କରି ଷ୍ଟେସନ ମାଷ୍ଟରଙ୍କୁ ମାଡ ମାରିବା ଅଭିଯୋଗରେ ଶେଷରେ ଗିରଫ ହୋଇ ଚାକିରୀ ହରାଇଲେ ପୋଲିସ କନେଷ୍ଟବଳ ।

ଗତକାଲି(ସୋମବାର)ନୟାଗଡ଼ ରେଳ ଷ୍ଟେସନ କାର୍ଯ୍ୟାଳୟରେ ଆସବାପତ୍ରରେ ନିଆଁ ଲଗାଇବା ସହ ଷ୍ଟେସନ ମାଷ୍ଟରଙ୍କୁ ମାଡ଼ ମାରିଥିଲେ ନୟାଗଡ଼ ପୋଲିସ କନେଷ୍ଟବଳ ଚିତ୍ତରଞ୍ଜନ ଜେନା ଓରଫ ଫେଲୁ ଏବଂ ତାଙ୍କର 10 ଜଣ ସହଯୋଗୀ । ରବିବାର ବିଳମ୍ବିତ ରାତିରେ ଘଟିଥିଲା ଏହି ଘଟଣା ।

ନୟାଗଡ଼ ରେଳ ଷ୍ଟେସନରେ ମଦ୍ୟପଙ୍କ ଲଙ୍କାକାଣ୍ଡ

ସେଦିନ ବିଳମ୍ବିତ ରାତିରେ ଫେଲୁଙ୍କ ସହ ତାଙ୍କର ବନ୍ଧୁମାନେ ନୟାଗଡ଼ ରେଳ ଷ୍ଟେସନ ଭିତରେ ମଦ୍ୟପାନ କରୁଥିଲେ। ତେବେ ଷ୍ଟେସନ ପରିଚାଳକ ଏହାକୁ ଦେଖି ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଫେଲୁ ଏବଂ ତାଙ୍କର ସାଥିମାନେ ଷ୍ଟେସନ କର୍ମଚାରୀଙ୍କୁ ଭୟଭୀତ କରାଇ କାର୍ଯ୍ୟାଳୟରେ ଆତଙ୍କରାଜ୍ ଖେଳାଇଥିଲେ ।

ତେବେ ଷ୍ଟେସନ ମାଷ୍ଟର ସେମାନଙ୍କୁ ବିରୋଧ କରିବାରୁ ସେମାନେ ପ୍ରଥମେ ଷ୍ଟେସନ ମାଷ୍ଟରଙ୍କୁ ମାଡ଼ ମାରିବା ସହ କାର୍ଯ୍ୟାଳୟ ଆସବାପତ୍ର ଭଙ୍ଗାରୁଜା କରିଥିଲେ । ଷ୍ଟେସନ ପରିଚାଳକ ସଞ୍ଜୟ ପ୍ରଧାନ ଆହତ ହୋଇ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଏନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଥିଲା।

ଯାହାର କାର୍ଯ୍ୟାନୁଷ୍ଠାନରେ ନାୟଗଡ଼ ଟାଉନ ଥାନା ପୋଲିସ ଫେଲୁ ଓ ତାଙ୍କର 10 ଜଣ ସହଯୋଗୀଙ୍କୁ ଗିରଫ କରିଛି। ନାୟଗଡ଼ ଏସପି ସିଦ୍ଧାର୍ଥ କାଟାରିଆ ଚିତ୍ତରଞ୍ଜନ ଜେନା ଓରଫ ଫେଲୁଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Apr 13, 2021, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.