ନୟାଗଡ : ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଦୀପାବଳିରେ ଭିଡ ନିୟନ୍ତ୍ରଣ ପାଇଁ ଜୋରଦାର ଚେକିଂ କରିଛି । ଅନେକ ସ୍ଥାନରେ ଅମାନିଆଙ୍କୁ ସାବାଡ କରିବା ଲାଗି ଫାଇନ ମଧ୍ୟ କାଟିଛି ।
ବିଭିନ୍ନ ଜନ ଗହଳି ସ୍ଥାନଗୁଡିକରେ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯାଇଥିବାର ଦେଖିବାକୁ ମିଳିଛି । ଗତକାଲି ଠାରୁ ବଜାରରେ ଭିଡ ଲାଗି ରହୁଥିଲା । ଲୋକେ ସାମାଜିକ ନିୟମ କିମ୍ବା ମାସ୍କ ବ୍ୟବହାର ଦିଗରେ ଗୁରୁତ୍ବ ଦେଉନଥିବା ଦେଖାଦେଇଥିଲା ।
ଫଳରେ କୋରୋନା ସଂକ୍ରମଣ ବଢ଼ିବା ଆଶଙ୍କାକୁ ରୋକିବାକୁ ଗତକାଲି ଠାରୁ ଜନ ଗହଳି ସ୍ଥାନଗୁଡିକରେ ପୋଲିସ ମୁତୟନ କରାଯାଇଛି । ପୋଲିସ ମାସ୍କ ଚେକିଂ ଜୋରଦାର କରିଛି । ଯେଉଁମାନେ ମାସ୍କ ପିନ୍ଧିନଥିଲେ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଇଛି ।
ଦୀପାବଳି ପାଇଁ ଲୋକେ କୋଭିଡ ନିୟମ ଭୁଲି ଯାଉଥିବା ଦେଖିବାକୁ ମିଳିଛି l ତେଣୁ ବାଧ୍ୟ ହୋଇ ପୋଲିସ ପକ୍ଷରୁ ଚେକିଂ କରାଯିବା ସହ ସଚେତନ କରାଯାଇଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ