ETV Bharat / state

ବାକି ଟଙ୍କା ନ ଦେବାରୁ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର୍

ସଦରଥାନା ଅଧୀନସ୍ଥ ବାଲୁଗାଁ ଗ୍ରାମରେ ବାକି ଟଙ୍କା ନ ଦେବାରୁ ଜଣକୁ ଜଣେ ହତ୍ୟା କରିଛି । ହତ୍ୟା କରିବାପରେ ଅଭିଯୁକ୍ତ ଫେରାର ହୋଇଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Apr 25, 2019, 7:46 PM IST

Updated : Apr 25, 2019, 10:59 PM IST

ନୟାଗଡ: ସଦରଥାନା ଅଧୀନସ୍ଥ ବାଲୁଗାଁ ଗ୍ରାମରେ ବାକି ଟଙ୍କା ନ ଦେବାରୁ ଜଣକୁ ଜଣେ ହତ୍ୟା କରିଛି । ହତ୍ୟା କରିବାପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବାକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ଆଜି ଦିନ 12ଟା ସମୟରେ ଗ୍ରାମର ପ୍ରମୋଦ ପରିଡା, କାର୍ତ୍ତିକ ବେହେରାଙ୍କ ଘରକୁ ମଦ୍ୟପାନ କରିବାକୁ ଯାଇଥିଲେ । ସେଠାରେ କାର୍ତ୍ତିକ ପୂର୍ବରୁ ବାକିଥିବା ଟଙ୍କା ମାଗିଥିଲେ । ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାରୁ ହାତାହାତି ଯାଏ କଥା ଯାଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କାର୍ତ୍ତିକ ଏକ ସାଇକେଲ ସ୍ପୋକ ସାହାଯ୍ୟରେ ପ୍ରମୋଦକୁ ଆକ୍ରମଣ କରିଥିଲା । ସାଇକେଲ ସ୍ପୋକକୁ ନାକ ଓ ଆଖିରେ ଭର୍ତ୍ତିକରିଦେବା ଦ୍ବାରା ପ୍ରମୋଦ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:Conclusion:
Last Updated : Apr 25, 2019, 10:59 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.