ETV Bharat / state

ଭୂତ ଖାଉଛି ପୁରୁଷ ମୁଣ୍ଡ ! ଭିଟାମାଟି ଛାଡୁଛନ୍ତି ଗାଁ ଲୋକ - ନୟାଗଡ ଭୂତ ଭୟ

ରାତି ହେଲେ ଡରାଉଛି ଭୂତ ! ଗୋଟିଏ ପରେ ଗୋଟିଏ ଗଡି ଚାଲିଛି ପୁରୁଷ ମୁଣ୍ଡ । ଏଣୁ ଭୂତ ଭୟରେ ଭିଟାମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଭୂତ ଖାଉଛି ପୁରୁଷ ମୁଣ୍ଡ ! ଭିଟାମାଟି ଛାଡୁଛନ୍ତି ଗାଁ ଲୋକ

author img

By

Published : Mar 27, 2021, 6:14 PM IST

ନୟାଗଡ଼: ସଞ୍ଜ ନଇଁଲେ ଥରହର ଗାଁ ଲୋକେ । ଗୋଟିଏ ପରେ ଗୋଟିଏ ଗଡି ଚାଲିଛି ମୁଣ୍ଡ । ବିଶେଷକରି ଗାଁର ନବ ବିବାହିତଙ୍କ ମୃତ୍ୟୁ ଘଟୁଛି । ଗାଁରେ ରହିଥିବା କୌଣସି ଅଦୃଶ ଶକ୍ତି ବା ଭୂତ ଏପରି ଜଣକ ପରେ ଜଣଙ୍କ ମୁଣ୍ଡ ନେଉଥିବା କହୁଛନ୍ତି ଗ୍ରାମବାସୀ । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗୁଣ୍ଡୁରୀବାଡି ଗ୍ରାମରୁ ସାମ୍ନାକୁ ଆସିଛି ଏହି ଘଟଣା । ଯେଉଁଠି ଭୂତ ପାଖରୁ ଜୀବନ ବଞ୍ଚାଇ ପ୍ରାଣ ବିକଳରେ ଗ୍ରାମବାସୀମାନେ ଭିଟାମାଟି ଛାଡି ପ୍ରାୟ ବର୍ଷେ ହେବ ଆଖପାଖ ଅଞ୍ଚଳରେ ଆଶ୍ରୟ ନେଇଛନ୍ତି । କାରଣ ଏଠାକର ଲୋକଙ୍କ କହିବା ମୁତାବକ, ସେମାନେ ଯଦି ଗାଁରେ ରୁହନ୍ତି, ତାହାହେଲେ ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିବ । ବିଜ୍ଞାନ ଯୁଗରେ ଏଭଳି ବିଚିତ୍ର ଘଟଣା ଏବେ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ଭୂତ ଖାଉଛି ପୁରୁଷ ମୁଣ୍ଡ ! ଭିଟାମାଟି ଛାଡୁଛନ୍ତି ଗାଁ ଲୋକ

ଗୁଣ୍ଡୁରୀବାଡି ଗ୍ରାମର ହରିଜନସାହିରେ ରହୁଥିବା ପ୍ରାୟ 6 ପରିବାର ଏବେ ବର୍ଷ ହେବ ଗାଁରେ ରହୁନାହାଁନ୍ତି । ବହୁ ଟଙ୍କା ଖର୍ଚ୍ଚ କରି ତିଆରି କରିଥିବା ଘରଦ୍ବାର ମଧ୍ୟ ସେମିତି ପଡିରହି ଭୂତକୋଠୀରେ ପରିଣତ ହେଲାଣି । କାରଣ ଗତ 4 ବର୍ଷ ମଧ୍ୟରେ ଗ୍ରାମର 5 ଜଣ ପୁରୁଷଙ୍କ ଅକାଳରେ ମୃତ୍ୟୁ ଘଟିଛି । ସେହିପରି ବର୍ଷକ ମଧ୍ୟରେ ଦୁଇ ନବ ବିବାହିତା ବିଧବା ସାଜିଲେଣି । ଏପରିକି ଗାଁରେ ଆଗରୁ ବସବାସ କରୁଥିବା ଗୋଟିଏ ପରିବାରର ସମସ୍ତ ପୁରୁଷ ସଦସ୍ୟ ଅକାରଣରେ ଆଖି ବୁଜିଥିବା କୁହାଯାଉଛି । ତେବେ ସେହି ସମସ୍ତ ବ୍ୟକ୍ତିଙ୍କ ଶରୀରରେ ଭୂତ ଶବାର ହୋଇ ତାଙ୍କ ଜୀବନ ନେଉଥିବା କହିଛନ୍ତି ସେଠାକାର ଗ୍ରାମବାସୀ । ବିଶେଷକରି ଭୂତଟି ନବ ବିବାହିତ ପୁରୁଷଙ୍କୁ ଟାର୍ଗେଟ କରୁଥିବା ଶୁଣିବାକୁ ମିଳିଛି ।

ତେବେ ଏନେଇ ଗୁଣ୍ଡୁରୀବାଡି ବାସିନ୍ଦା ଜଣେ ତାନ୍ତ୍ରିକ ପାଖକୁ ପ୍ରତିକାର ପାଇଁ ଯାଇଥିଲେ । ଯେଉଁଠାରେ ତାନ୍ତ୍ରିକ ଜଣକ ସେମାନଙ୍କୁ ଗ୍ରାମ ଛାଡି ଅନ୍ୟତ୍ର ବସବାସ କରିବାକୁ କହିବା ସହ ଗ୍ରାମ ନ ଛାଡିଲେ ସେମାନେ ମଧ୍ୟ ଗୋଟିଏ ପରେ ଗୋଟିଏ ପ୍ରାଣ ହରାଇବେ ବୋଲି ଚେତାବନୀ ଶୁଣାଇଥିଲେ । ଏହାପରେ ଆତଙ୍କିତ ଗ୍ରାମବାସୀ ନିଜ ଭିଟାମାଟି ଛାଡି ସ୍ଥାନୀୟ ଅଞ୍ଚଳରେ ବର୍ଷେ ହେବ ଆଶ୍ରୟ ନେଇଛନ୍ତି ଏବଂ ପୁନର୍ବାର ନିଜ ଗାଁକୁ ଫେରିଯିବାକୁ ଭୟ କରୁଛନ୍ତି । ସ୍ଥାନୀୟ ପ୍ରଶାସନ ପାଖରେ ଏହି ଖବର ଥିଲେ ବି ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ଥଇଥାନ କରାଯାଇ ପାରିନାହିଁ । ଗାଁ ଛାଡି ଅନ୍ୟତ୍ର ବସବାସ କରୁଥିବା ଲୋକେ ସେମାନଙ୍କ ଥଇଥାନ ସହ ଏହି ଘଟଣାର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ।

ଅନ୍ୟପଟେ ଏହି ଘଟଣା ଜଣାପଡିବା ପରେ କିଛି ସ୍ବେଚ୍ଛାସେବୀ ସଙ୍ଗଠନ ଗୁଣ୍ଡୁରୀବାଡି ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଏହାସହ ଆଜିର ଯୁଗରେ ଭୂତପ୍ରେତ ଭଳି ଅନ୍ଧବିଶ୍ବାସ ଉପରେ ବିଶ୍ବାସ ନ କରିବାକୁ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.