ETV Bharat / state

ବନ୍ୟାରେ ଭାଙ୍ଗିଛି ଅନେକ ଘର, ତୁରନ୍ତ କ୍ଷତିପୂରଣ ଦାବି - ନୟାଗଡ଼ ବନ୍ୟା ସ୍ଥିତି

ଲଗାଣ ବର୍ଷା ଏବଂ ବନ୍ୟା ପ୍ରଭାବରେ ନୟାଗଡ଼ ଭାପୁର ଅଞ୍ଚଳରେ ଅନେକ ଘର ଭାଙ୍ଗିଥିବା ଅଭିଯୋଗ ରାଜସ୍ବ ବିଭାଗ ନିକଟରେ ପହଞ୍ଚିଛି । ତୁରନ୍ତ ପ୍ରାଥମିକ ତଦନ୍ତ କରି ଜରିପାଲ ସହ ଘର ନିର୍ମାଣ ପାଇଁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି । ଅଧିକ ପଢ଼ନ୍ତୁ

ବନ୍ୟାରେ ଭାଙ୍ଗିଛି ଅନେକ ଘର, ତୁରନ୍ତ କ୍ଷତିପୂରଣ ଦାବି

author img

By

Published : Aug 23, 2022, 10:30 PM IST

ନୟାଗଡ଼: ଲଗାଣ ବର୍ଷା ଏବଂ ବନ୍ୟା ପ୍ରଭାବରେ ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରେ ଅନେକ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ତେବେ ଏନେଇ ତୁରନ୍ତ କ୍ଷତିପୂରଣ ଦେବାକୁ ରାଜସ୍ବ ବିଭାଗ ପାଖରେ ଅଭିଯୋଗ ପହଞ୍ଚିଛି । ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ଼ ପଞ୍ଚାୟତ ଏବଂ କରବର ପଞ୍ଚାୟତରେ ପ୍ରାୟ ୪୦ ରୁ ଊର୍ଦ୍ଧ୍ବ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି ।

ବନ୍ୟାରେ ଭାଙ୍ଗିଛି ଅନେକ ଘର, ତୁରନ୍ତ କ୍ଷତିପୂରଣ ଦାବି

ସୂଚନା ଅନୁସାରେ ଏହି ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଶତାଧିକ ଘର ଭାଙ୍ଗିଯାଇଥିଲା । ଅନେକ ଗୁହାଳ ଘର ଭାଙ୍ଗିଯାଇଥିବାରୁ ଗୃହପାଳିତ ପଶୁ ଏଣେତେଣେ ବୁଲୁଛନ୍ତି । ତେବେ ଏନେଇ କରବର ଏବଂ ଫତେଗଡ଼ ପଞ୍ଚାୟତର ଖୁବ କମ ଲୋକ ଅଭିଯୋଗ କରିଥିବା ଜଣାପଡ଼ିଛି । ଏପର୍ଯ୍ୟନ୍ତ କରବର ପଞ୍ଚାୟତରେ ୨୭ ଟି ଏବଂ ଫତେଗଡ଼ ପଞ୍ଚାୟତ ମଣିପୁର ଗ୍ରାମର ୧୩ ଟି ଘର ଭାଙ୍ଗିଥିବା ଅଭିଯୋଗ ରାଜସ୍ବ ବିଭାଗ ନିକଟରେ ପହଞ୍ଚିଥିବା ଜଣାପଡ଼ିଛି । ବହୁଦିନ ଧରି ମାଟିଘର ଗୁଡ଼ିକ ଓଦା ରହିବାରୁ ଭାଙ୍ଗି ପଡ଼ୁଥିବା ଅଭିଯୋଗ ହୋଇଛି । ତେବେ ତୁରନ୍ତ ପ୍ରାଥମିକ ତଦନ୍ତ କରି ଜରିପାଲ ସହ ଘର ନିର୍ମାଣ ପାଇଁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

ଏହା ବି ପଢ଼ନ୍ତୁ...ଭାପୁରକୁ ବନ୍ୟାଞ୍ଚଳ ଘୋଷଣା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଭାପୁରବାସୀଙ୍କ ଦାବିପତ୍ର

ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ଅନ୍ତର୍ଗତ କରବର ଏବଂ ଫତେଗଡ଼ ପଞ୍ଚାୟତ ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିଲା । ଫତେଗଡ଼ ପଞ୍ଚାୟତ ମଣିପୁର ଗାଁ ଚାରିପଟେ କିଛି ଦିନ ପର୍ଯ୍ୟନ୍ତ ପାଣି ଘେରି ରହିଥିବାରୁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିଲେ । କିଛି ଲୋକେ ଛାତ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା । ଗାଁ ରୁ ବାହାରକୁ ଯିବା ଆସିବା କରିବାକୁ ଲୋକଙ୍କର ବୋଟ ହିଁ ଏକମାତ୍ର ମାଧ୍ୟମ ସାଜିଥିଲା । ପ୍ରଶାସନ ପକ୍ଷରୁ ରିଲିଫ ଯୋଗାଇ ଦିଆଯାଇଥିଲା । ତଥାପି ଅନେକ ଲୋକେ ଏହି ସୁବିଧା ପାଉନଥିବା ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ଏହି ମଣିପୁର ଗ୍ରାମର ୧୩ ଟି ଘର ଭାଙ୍ଗିଯାଇଥିବା ରାଜସ୍ବ ବିଭାଗ ନିକଟରେ ଅଭିଯୋଗ ହୋଇଛି ।

ବହୁଦିନ ଧରି ମାଟିଘର ଗୁଡ଼ିକ ଓଦା ରହି ଭାଙ୍ଗି ପଡ଼ୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ୍ୟା ଜଳ ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ବିଶେଷ କରି ବନ୍ୟା ପରବର୍ତ୍ତୀ ପ୍ରଭାବରେ ଫତେଗଡ, ମଣିପୁର, ଦଶମନ୍ତପୁର, କରବର ଏବଂ ନଣ୍ଡାବର ଗାଁର ଲୋକେ ବହୁ ସମସ୍ୟାର ସମ୍ମଖିନ ହେଉଛନ୍ତି । ପ୍ରଶାସନ ତରଫରୁ ଗୃହ ପାଳିତ ପଶୁଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି l

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.