ETV Bharat / state

କମ୍ପାଉଣ୍ଡରଙ୍କ ମନମାନିରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର: ରୋଗୀଙ୍କୁ ହେଉଛି ଦୁର୍ବ୍ୟବହାର

ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ନିମାଣୀ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ଏବେ ନାହିଁ ନାହିଁରେ ଚାଲିଛି l ରୋଗୀଙ୍କୁ ନାଁ ମିଳୁଛି ସ୍ୱାସ୍ଥ୍ୟ ସେବା ନାଁ ସରକାର ପ୍ରଦତ୍ତ ମାଗଣା ମେଡ଼ିସିନ । ଅଧିକ ପଢନ୍ତୁ...

କମ୍ପାଉଣ୍ଡରଙ୍କ ମନମାନିରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର: ରୋଗୀଙ୍କୁ ହେଉଛି ଦୁର୍ବ୍ୟବହାର
କମ୍ପାଉଣ୍ଡରଙ୍କ ମନମାନିରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର: ରୋଗୀଙ୍କୁ ହେଉଛି ଦୁର୍ବ୍ୟବହାର
author img

By

Published : Aug 26, 2021, 7:36 PM IST

Updated : Aug 26, 2021, 7:54 PM IST

ନୟାଗଡ଼: ଜିଲ୍ଲାର ଭାପୁର ବ୍ଲକ ନିମାଣୀ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ଏବେ ନାହିଁ ନାହିଁରେ ଚାଲିଛି l ରୋଗୀଙ୍କୁ ନାଁ ମିଳୁଛି ସ୍ୱାସ୍ଥ୍ୟ ସେବା ନାଁ ସରକାର ପ୍ରଦତ୍ତ ମାଗଣା ମେଡ଼ିସିନ । ଅନେକ ସମୟରେ ଡାକ୍ତର ଅନୁପସ୍ଥିତ ରହୁଥିବାବେଳେ କମ୍ପାଉଣ୍ଡରଙ୍କ ହାତରେ ରୋଗୀଙ୍କ ଭାଗ୍ୟ ଓ ଭବିଷ୍ୟତ । କମ୍ପାଉଣ୍ଡରଙ୍କ ମନମାନିରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର ।

କମ୍ପାଉଣ୍ଡରଙ୍କ ମନମାନିରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର: ରୋଗୀଙ୍କୁ ହେଉଛି ଦୁର୍ବ୍ୟବହାର

ସ୍ୱାସ୍ଥ୍ୟ ସେବା ଦେବା ବଦଳରେ ରୋଗୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନୀୟ ଖୁଣ୍ଟୁପଡ଼ା ଗ୍ରାମର କିଛି ମହିଳା ରୋଗୀ ଆସି ନିଜ ସ୍ବାସ୍ଥ୍ୟଗତ ସମସ୍ୟା ଜଣାଇଥିଲେ । ମାତ୍ର କମ୍ପାଉଣ୍ଡର ସରତ କୁମାର ଖଟୁଆ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝିବା ପରିବର୍ତ୍ତେ ବାହାରେ ଥିବା ଔଷଧ ଦୋକାନକୁ ଯାଇ ସେଠାରେ ଅସୁବିଧା କୁହ ବୋଲି କହିଥିଲେ । ଏପରିକି ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି । ସେହିପରି ମେଡ଼ିସିନର ଅବଧି ସରିଯାଇଥିଲେ ସୁଦ୍ଧା ସେହି ମେଡ଼ିସିନକୁ ରୋଗୀଙ୍କୁ ବଣ୍ଟାଯାଉଥିବା ଅଭିଯୋଗ ହୋଇଛି ।

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାର ମହତ ଉଦ୍ଦେଶ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବାରମ୍ବାର ବଞ୍ଚିତ ହେଉଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Aug 26, 2021, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.