ETV Bharat / state

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର: ପୁଣି ଖଟିଆରେ ବୁହା ହେଲେ ରୋଗୀ

author img

By

Published : Jul 20, 2022, 9:52 PM IST

ନୟାଗଡ଼ରେ ପୁଣି ଖଟିଆରେ ବୁହା ହେଲେ ରୋଗୀ l ଗାଁକୁ ରାସ୍ତା ନ ଥିବାରୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ l ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର: ପୁଣି ଖଟିଆରେ ବୁହା ହେଲେ ରୋଗୀ
ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର: ପୁଣି ଖଟିଆରେ ବୁହା ହେଲେ ରୋଗୀ

ନୟାଗଡ : ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ନୟାଗଡ଼ରେ ପୁଣି ଖଟିଆରେ ବୁହା ହେଲେ ରୋଗୀ l ଗାଁକୁ ରାସ୍ତା ନ ଥିବାରୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ l ମହାନତା ଦେଖାଇ ରୋଗୀଙ୍କୁ ୨ କିମି ଏକ ଖଟିଆରେ ଭାରା କରି ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଡେୟାପଲ୍ଲୀ ପଞ୍ଚାୟତର ମୁଜୁରୁବାଡି ଗାଁରେ । ମିଳିଥିବା ସୂଚନା ଅନୁଯାୟୀ ଗାଁର କିଶୋର ଚନ୍ଦ୍ର କହଁରଙ୍କ ପତ୍ନୀ ସେବତୀ କହଁର କିଛି ଦିନ ଧରି ଜ୍ବରରେ ଆକ୍ରାନ୍ତ ଥିଲେ । ମାତ୍ର ଆଜି ଗୁରୁତର ହୋଇ ପଡିବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।

ଖବର ପାଇ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିଥିଲା । ମାତ୍ର ସେହି ଗାଁକୁ ଯିବା ପାଇଁ ରାସ୍ତା ନ ଥିଲା । ଗାଁ ଠୁ ୨ କିମି ଦୂରରେ ଆମ୍ବୁଲାନ୍ସଟି ରହିଥିଲା। ଆମ୍ବୁଲାନ୍ସ କର୍ମଚାରୀ ଚାଲିଚାଲି ଗାଁରେ ପହଁଚିଥିଲେ। ଶେଷରେ ଖଟିଆକୁ ଭାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ ରୋଗୀକୁ l ପରେ ସେଠାରୁ ଗାଡି ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତୀ କରିଥିଲେ। ସରକାର ରାଜ୍ୟରେ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏବେବି ଅନେକ ଆଦିବାସୀ ବହୁଳ ଗାଁକୁ ପକ୍କା ରାସ୍ତା ନାହିଁ । କିଛି ମାସ ପୂର୍ବରୁ ମଧ୍ୟ ସମାନ ଘଟଣା ନୟାଗଡ଼ରେ ମଧ୍ୟ ଦେଖିବାକୁ ମିଳିଥିଲା l

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.