ETV Bharat / state

ପରୀ ହତ୍ୟା ଘଟଣା; ପୁଣି ଯଦୁପୁର ଯାଇ SITର ଛାନଭିନ୍‌ - Jadupur Pari Murder Case

ପରୀ ହତ୍ୟା ଘଟଣାରେ ଚତୁର୍ଥ ଦିନରେ SIT ତଦନ୍ତ ଜାରି। ପୁଣି ଯଦୁପୁର ଯାଇ ଛାନଭିନ କରିଛନ୍ତି ଅରୁଣ ବୋଥ୍ରା । ଅଧିକ ପଢନ୍ତୁ...

ପରୀ ହତ୍ୟା ଘଟଣା
ପରୀ ହତ୍ୟା ଘଟଣା
author img

By

Published : Dec 5, 2020, 7:31 AM IST

ନୟାଗଡ:ପରୀ ହତ୍ୟା ଘଟଣାରେ ତଦନ୍ତକୁ ଜୋରଦାର କରିଛି SIT ଟିମ୍‌ । ତଦନ୍ତ ଆରମ୍ଭ କରିବାର ଚତୁର୍ଥ ଦିନରେ ପୁଣି ଥରେ ଯଦୁପୁର ଯାଇ ଛାନଭିନ କରିଛନ୍ତି ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ବାଧିନ ଟିମ୍‌ । ପରୀର କଙ୍କାଳ ମିଳିଥିବା ସ୍ଥାନକୁ ଯାଇ ତନତନ କରି ଯାଞ୍ଚ କରିବା ସହ ମାପଚୁପ୍‌ କରିଛି ଟିମ୍‌ ।

ପରୀ ହତ୍ୟା ଘଟଣା

ଅରୁଣ ବୋଥ୍ରା ଓ ତାଙ୍କ 5 ଜଣିଆ ଟିମ୍ ପରୀର ଗାଁ ଯଦୁପୁରକୁ ଦ୍ବିତୀୟ ଥର ପାଇଁ ଯାଇ ଛାନଭିନ କରିଛନ୍ତି l ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଧରି ତଦନ୍ତ କରିଛନ୍ତି । ଏପଟେ ବିରୋଧୀଦଳ ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ବହିଷ୍କାର ଦାବି କରୁଥିବାବେଳେ SIT ନିଜ ତଦନ୍ତକୁ ଆଗକୁ ବଢାଇଛି ।

ସୂଚନାଥାଉକି, SIT ତଦନ୍ତର ଦ୍ବିତୀୟ ଦିନରେ ବୋଥ୍ରାଙ୍କ ଟିମ୍‌ ପରୀର ବାପା ଓ ମାଆଙ୍କ ଅଭିଯୋଗକୁ ଭିତ୍ତି କରି ଏହି ମାମଲାର ଅଭିଯୁକ୍ତ ବାବୁଲି ନାୟକଙ୍କୁ ଟାଉନ୍‌ ଥାନାକୁ ଡାକି ଦୁଇ ଘଣ୍ଟା ଜେରା କରିଥିଲା । ପରୀ ନିଖୋଜ ହେବା ଠାରୁ ତା’ ହାଡ କଙ୍କାଳ ମିଳିବା ପର୍ଯ୍ୟନ୍ତ ବାବୁଲିର ଗତିବିଧି ଅନୁସନ୍ଧାନ କରିଥିଲା କ୍ରାଇମବ୍ରାଞ୍ଚ । ପରୀର ବାପା ଓ ମାଆଙ୍କ ଉପରେ ଆକ୍ରମଣ ଘଟଣାରେ ବି ବାବୁଲିକୁ ପଚରାଉଚାର କରାଯାଇଥିଲା ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.