ନୟାଗଡ: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା । ଏନେଇ ସୁପ୍ରିମକୋର୍ଟ ଗଲେ ପରୀଙ୍କ ମା’ ସୌଦାମିନୀ ସାହୁ । ବାରମ୍ବାର ଏସଆଇଟି ତଦନ୍ତରେ ଅସନ୍ତୋଷ ପ୍ରକଟ କରୁଥିଲେ ପରୀଙ୍କ ପରିବାର ।
ତେବେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ନିବେଦନ କଲେ ସୌଦାମିନୀ ।
ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ରିଟ ପିଟିସନ ଦାଖଲ ହୋଇଥିଲା । ଏହି ପିଟିସନରେ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ସହ ଜିଲ୍ଲା ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ କରିଛନ୍ତି ନାବାଳିକାଙ୍କ ମାଆ ସୌଦାମିନି ସାହୁ । ସିବିଆଇ ତଦନ୍ତ ହେଲେ ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ