ETV Bharat / state

ପରୀ ହତ୍ୟା ଘଟଣା: ଆଜି ନୟାଗଡ ଆସିବ କଂଗ୍ରେସ ଟିମ୍‌

author img

By

Published : Dec 5, 2020, 10:02 AM IST

ପରୀ ହତ୍ୟା ଘଟଣାରେ ତାଙ୍କ ପରିବାରକୁ ଭେଟିବାକୁ ଆଜି ନୟାଗଡ ଗସ୍ତରେ ଆସିବ କଂଗ୍ରେସ ଟିମ୍‌ । ଅଧିକ ପଢନ୍ତୁ...

ପରୀ ହତ୍ୟା ଘଟଣା
ପରୀ ହତ୍ୟା ଘଟଣା

ନୟାଗଡ : ପରୀ ହତ୍ୟା ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା । ଗୋଟିଏ ପଟେ SIT ଟିମ୍‌ ଗଠନ ହୋଇ ତଦନ୍ତ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳ ନୟାଗଡ ଗସ୍ତ କରୁଛନ୍ତି । ପରୀ ପରିବାରକୁ ଭେଟି ତାଙ୍କୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି ।

ପରୀ ଗାଁ ନୟାଗଡ ଯଦୁପୁରକୁ ପୂର୍ବରୁ ବିଜେପିର ଏକ ସ୍ବତନ୍ତ୍ର ଟିମ୍‌ ଆସିଥିବାବେଳେ ଆଜି(ଶନିବାର) କଂଗ୍ରେସର ଏକ ଟିମ୍‌ ଏଠାକୁ ଆସିବାର କାର୍ଯ୍ୟକ୍ରମ ରହିଛି l ଓଡିଶା କଂଗ୍ରେସ ପ୍ରଭାରୀ ଡ. ଏ. ଚେଲ୍ଲାକୁମାର, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝୀଙ୍କ ସହ ଦଳର ବରିଷ୍ଠ ନେତୃବୃନ୍ଦ ଓ କଂଗ୍ରେସ ବିଧାୟକ ମାନଙ୍କ ଏକ ଟିମ୍‌ ଆସିବେ ବୋଲି ଜଣାପଡିଛି ।

ଏହି ଗସ୍ତ ସମୟରେ ଟିମ୍‌ ପରୀ ପରିବାରକୁ ଭେଟିବାର ଯୋଜନା ରହିଛି । ନୟାଗଡ ପୂର୍ତ୍ତ ଡାକବଙ୍ଗଳା ଠାରେ ପହଞ୍ଚି ସେଠାରୁ ଏବେ ପରୀ ପିତାମାତା ରହୁଥିବା ଗାଁ ସହିତ ପରୀର ଗ୍ରାମ ଯଦୁପୁରକୁ ଯିବାର କାର୍ଯ୍ୟକ୍ରମ ରହିଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.