ETV Bharat / state

ଆତ୍ମହତ୍ୟା ଉଦ୍ୟମ ପରେ ମୁହଁ ଖୋଲିଲେ ପରୀର ମା’ - pari murder case

ଗତ ମଙ୍ଗଳବାର ବିଧାନସଭା ସମ୍ମୁଖରେ ପରୀର ବାପା ମା’ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ଘଟଣା ପରେ ମୁହଁ ଖୋଲିଛନ୍ତି ପରୀର ମା’ । ପରୀ ହତ୍ୟାରେ କୃଷି ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପରୀର ମା’ ଅଭିଯୋଗ କରିଛନ୍ତି ।

ଆତ୍ମହତ୍ୟା ଉଦ୍ୟମ ପରେ ମୁହଁ ଖୋଲିଲେ ପରୀଙ୍କ ମା’

author img

By

Published : Nov 25, 2020, 7:08 PM IST

ନୟାଗଡ: ମଙ୍ଗଳବାର ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିଲେ ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ପୀଡିତାର ବାପା ମା’ l ଏହି ଘଟଣା ସାରା ଓଡ଼ିଶା ରାଜନୀତିରେ ବିତର୍କ ସୃଷ୍ଟି କରିଛି l ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି l ଏପଟେ ଆଜି ଏହି ଘଟଣାରେ ମୁହଁ ଖୋଲିଛନ୍ତି ପରୀର ମା’ । ଏହି ଘଟଣାରେ କୃଷି ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ସେ ଅଭିଯୋଗ କରିଛନ୍ତି ।

ଆତ୍ମହତ୍ୟା ଉଦ୍ୟମ ପରେ ମୁହଁ ଖୋଲିଲେ ପରୀଙ୍କ ମା’

ପରୀ ହତ୍ୟାକାଣ୍ଡକୁ ଏ ମଧ୍ୟରେ 4 ମାସ ବିତିଲାଣି । ହେଲେ ମାମଲା ସମାଧାନ ହେଇପାରୁନି । ଏସପି ଘଟଣାର ତଦନ୍ତ କରୁନାହାନ୍ତି । ଏହି ମାମଲାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ପରୀଙ୍କ ମା’ ।

ପରୀ ହତ୍ୟାକାଣ୍ଡକୁ 4 ମାସରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି ହେଲେ ହତ୍ୟାକାରୀଙ୍କ ଟେର ପାଉନି ପୋଲିସ l ପରୀକୁ ନ୍ୟାୟ ଦାବି କରି 2 ସମାଜସେବୀ ଭୁବନ ଚାନ୍ଦ ହାତୀ ଏବଂ ଶାନ୍ତନୁ ବିଶୋଇ ଆମରଣ ଅନଶନରେ ବସିଥିଲେ l ପରୀ ହତ୍ୟାକାରୀଙ୍କୁ ଗିରଫ ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ଏମାନେ ଅନଶନ ପ୍ରତ୍ୟାହୃତ କରିଥିଲେ l ଦୀର୍ଘ 4 ମାସ ଭିତରେ ନୟାଗଡ଼ରେ ସ୍ଵେଚ୍ଛାସେବୀ ସଂଗଠନ ଠାରୁ ଆରମ୍ଭ କରି କଂଗ୍ରେସ ପର୍ଯ୍ୟନ୍ତ ସମସ୍ତେ ରାଜରାସ୍ତାକୁ ଓହ୍ଲାଇ ନ୍ୟାୟ ଦାବି କରିଛନ୍ତି l ହେଲେ କୌଣସି ସୁଫଳ ମିଳିନି l

କୁନି ଝିଅକୁ ନ୍ୟାୟ ନ ମିଳିବାରୁ ଶେଷରେ ପରୀର ବାପା ମା’ ନିଜ ଦେହରେ କିରୋସିନ ଢାଳି ହୋଇ ଗଣତନ୍ତ୍ରର ମନ୍ଦିର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ଉପସ୍ଥିତ ଥିବା ପୋଲିସ ସେମାନଙ୍କୁ ଉଦ୍ଧାର କରିବା ସହ କାବୁ କରିନେଇଥିଲେ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.