ETV Bharat / state

ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ

author img

By

Published : Nov 15, 2021, 11:43 AM IST

ବର୍ଷାରେ ଉଜୁଡିଗଲା ସୁନାର ଫସଲ । ୩ ଦିନ ଧରି ଲଗାଣ ବର୍ଷା ଫଳରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆ, ଫତେଗଡ଼, କରବର, ବିଜିପୁର ଓ ଭାପୁର ପଞ୍ଚାୟତରେ ହେକ୍ଟର ହେକ୍ଟର ଚାଷ ଜମିରେ ଧାନ ଫସଲ ଗଜା ହୋଇ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

ଅଦିନିଆ ବର୍ଷାରେ ନଷ୍ଟ ହେଲା ସୁନାର ଫସଲ
ଅଦିନିଆ ବର୍ଷାରେ ନଷ୍ଟ ହେଲା ସୁନାର ଫସଲ

ନୟାଗଡ଼: ବର୍ଷାରେ ଉଜୁଡିଗଲା ସୁନାର ଫସଲ । ୩ ଦିନ ଧରି ଲଗାଣ ବର୍ଷା ଫଳରେ ବିଲରେ ରହିଥିବା କଟା ଧାନ ଗଜା ହୋଇଯିବା ସହ ଚାଷୀ ମୁଣ୍ଡରେ ଚଡକ ପଡ଼ିଛି l ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆ, ଫତେଗଡ଼, କରବର, ବିଜିପୁର ଓ ଭାପୁର ପଞ୍ଚାୟତରେ ହେକ୍ଟର ହେକ୍ଟର ଚାଷ ଜମିରେ ଏଭଳି ଧାନ ଫସଲ ଗଜା ହୋଇ ନଷ୍ଟ ହୋଇଯାଇଛି ।

ଅଦିନିଆ ବର୍ଷାରେ ନଷ୍ଟ ହେଲା ସୁନାର ଫସଲ

ଏପଟେ ରବି ଫସଲ ପାଇଁ ଧାନ ବୁଣିଥିବା କିଛି ଚାଷୀଙ୍କ ଧାନ ବିହନ ପଚିଯାଇଛି l 3 ଦିନ ଧରି ଲଗାଣ ବର୍ଷା ଯୋଗୁଁ କ୍ଷେତରେ ପାଣି ଜମି ରହିବା ଦ୍ବାରା ପାଚିଲା ଧାନ ଗଜା ହେବା ପରି ଉତ୍କଟ ପରିସ୍ଥିତି ଦେଖିବାକୁ ମିଳିଛି । ବର୍ଷତମାମ ଦୈବି ଦୁର୍ବିପାକ ସହି ସଂଗ୍ରାମ କରି ଚାଷୀ ଅମଳ କରିବା ସମୟରେ ଏପରି ସ୍ଥିତି ଏବେ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି l ଏଦିଗରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.